You are currently viewing ତୁମେ
ତୁମେ

ତୁମେ

ଜାଣିନି କାହିଁକି ଏକ ଶୀତଳତାର
ସ୍ପନ୍ଦନ ଖେଳିଯାଏ ମୋ ଦେହରେ
ଦୂର ଦିଗ୍‌ବଳୟର ସେ ଲମ୍ବା ରାସ୍ତାରେ
ତମ ବାଇକ ପଛରେ
ତମ ପିଠିକି ଆଉଜି
ହଜି ଯାଇଥଏ କେଉଁ ଏକ ଅଲଗା ଦୁନିଆରେ ।

ଅନ୍ଧାର ରାତି ବି ଭାରି ଆପଣାର ଲାଗେ
ଯେବେ ଭିଡ଼ି ନେଇଥାଅ ମୋତେ
ତମ ସେ ପ୍ରାଶତ ବକ୍ଷୁ ମଧ୍ୟରେ
ଭୟ ଶୂନ୍ୟ ନିଦ୍ରାଟି ଆସିଯାଏ ମୋ ନେତ୍ରରେ
ଯେବେ ତମକୁ ଅନୁଭବ କରି ପରୁଥାଏ ମୋ ବକ୍ଷରେ ।

ପ୍ରଭାତର ପହିଲି କିରଣ ସତ ରଙ୍ଗ ଢାଳି ଦେଇ
ଯେବେ ମୋ’ ଭୃଲତା ଖୋଲିବା କ୍ଷଣି
ତମର ସେ ମନ ଲୋଭା ଚେହେରା
ଥାଏ ମୋ ଆଖି ସାମ୍ନାରେ ।

– ପୂର୍ଣ୍ଣିମା ଲେଙ୍କା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୂର୍ଣ୍ଣିମା ଲେଙ୍କା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।