You are currently viewing ମୋ ଭାରତ ମାଁ
Odia Poem Mo Bharata Maa (ମୋ ଭାରତ ମାଁ) by Laxmipriya Dharua

ମୋ ଭାରତ ମାଁ

ମୋ ମାଟିରେ ଭାରତ ମାଁ ଦିଶେ ସୁନ୍ଦର
ତା’ ବକ୍ଷରେ ଏହି ଜଗତକୁ ଧରି ରଖିଛି,
କେତେ ଚାବୁକ ମାଡ଼ କେତେ ଗୁଳିଖାଇ
କେତେ ସ୍ନେହରେ ଛିଡ଼ା ହୋଇଛି ।

ସୁରକ୍ଷା ପାଇଁ ଏଇ ମା’ର
ସହିଦ ହେଲେ କେତେ ଯେ ବୀର,
ତ୍ରିରଙ୍ଗା ଗାଉଛି ଗାଥା ଏ ଭାରତର ।

ଏଇ ଭାରତ ମାଁ ମାଟିରେ ଜାତିର ପିତା
ଏକାଠି କରି ସଭିଙ୍କୁ ଦିନେ କରିଥିଲେ ସଂଗ୍ରାମ,
ଇଂରେଜ ହାତରୁ ମୁକ୍ତ କରିବାକୁ
କେତେ ଯେ ବୀର କରିଥିଲେ ଆପ୍ରାଣ ଉଦ୍ୟମ ।

ଏଇ ଭାରତ ମାଟିରେ ମିଶି ଯାଇଛି
ତା’ ସନ୍ତାନଙ୍କ ପ୍ରାଣ, ଭରି ଯାଇଛି ଲହୁ,
ଇଂରେଜଠାରୁ ମୋଗଲ ଯାଏଁ ସଭିଏଁ
ତା’ ଉପରେ ସାଜିଥିଲେ ଦାଉ ।

ଲକ୍ଷ୍ମୀପ୍ରିୟା ଧରୁଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଲକ୍ଷ୍ମୀପ୍ରିୟା ଧରୁଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।