You are currently viewing ଗୁରୁଙ୍କ ଦାନ
ଗୁରୁଙ୍କ ଦାନ

ଗୁରୁଙ୍କ ଦାନ

ଗରୁ ପଦରଜ କରେ ପାପ ନାଶ,
ମୁକତିର ବୀଜ ଗୁରୁଙ୍କ ଆଶିଷ ।
ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ବନ୍ଦନା,
କରିଣ ମିଳଇ ତାଙ୍କ କୃପା ସିନା ॥

ଅମା ଅନ୍ଧକାରେ ଆଲୋକର ଶିକ୍ଷା,
ସାଜିଣ ଗୁରୁ ଦିଅନ୍ତି ଶିକ୍ଷା ଦୀକ୍ଷା ।
ଗୁରୁ ପରଂବ୍ରହ୍ମ ସାକ୍ଷାତ ଈଶ୍ୱର,
ମୂର୍ଖ ଜ୍ଞାନୀ ସାଜେ ପାଇ ତାଙ୍କ ବର ॥

ପ୍ରଥମ ଗୁରୁ ଅଟନ୍ତି ପିତାମାତା,
ଚରିତ୍ର ଗଢ଼ନ୍ତି ସାଜିଣ ବିଧାତା ।
ବିଦ୍ୟା ମନ୍ଦିରେ ଗୁରୁଙ୍କ ବିଦ୍ୟାଦାନ,
କରଇ ଆମର ଜୀବନ ଗଠନ ॥

ଗୁରୁ ପାଦପଦ୍ମେ ହଜାରେ ନମନ,
ତାଙ୍କୁ ପ୍ରଣମି ମୁଁ କରଇ ଜଣାଣ ।
ସୁଝି ପାରିବିନି କେବେ ତାଙ୍କ ଋଣ,
ତାଙ୍କ ପାଇଁ ଆଜି ପାଉଛି ସମ୍ମାନ ॥

– ଜନ୍ମଜୟ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।