You are currently viewing ତମେ ଥିଲେ ପାଖେ ସାଥି
ତମେ ଥିଲେ ପାଖେ ସାଥି

ତମେ ଥିଲେ ପାଖେ ସାଥି

ଦେଖୁଥିଲେ କେବେ ସ୍ୱପ୍ନ ସରିବନି
ତମେ ଥିଲେ ପାଖେ ସାଥି
ସ୍ୱପ୍ନ ଝରୁଥିବ ଗହନ ନିଦରେ
ଦିନ ଲାଗୁଥିବ ରାତି ।

ହସୁଥିଲେ କେବେ ହସ ସରିବନି
ତମେ ଥିଲେ ପାଖେ ସାଥି
ମହୁ ଝରୁଥିବ ଶୁଖିଲା ଓଠରେ
ଲୁହ ଲାଗୁଥିବ ମୋତି ।

କହୁଥିଲେ କେବେ କଥା ସରିବନି
ତମେ ଥିଲେ ପାଖେ ସାଥି
ଖୁସି ଝରୁଥିବ ହୃଦୟ ଦୁଆରେ
ଦୁଃଖ ଲାଗୁଥିବ ସ୍ମୃତି ।

ଚାଲୁଥିଲେ କେବେ ବାଟ ସରିବନି
ତମେ ଥିଲେ ପାଖେ ସାଥି
ଫୁଲ ଝରୁଥିବ ଜୀବନ ବାଟରେ
କଣ୍ଟା ଲାଗୁଥିବ ଝୋଟି ।

ଭକ୍ତ ଚରଣ ସୁନାନୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଭକ୍ତ ଚରଣ ସୁନାନୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ସ୍ଥାନ ପାଇବା ସହିତ ସେ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି ।