You are currently viewing ଗୁରୁ ପୂର୍ଣ୍ଣିମା
ଗୁରୁ ପୂର୍ଣ୍ଣିମା

ଗୁରୁ ପୂର୍ଣ୍ଣିମା

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ସାକ୍ଷାତ,
ପରମ ବ୍ରହ୍ମ, ତସ୍ମୟେ ଗୁରବେ ନମଃ ॥

ସଂସାରରେ ଯଦି କେହି ବଡ଼ ଥାଏ ତେବେ ସେ ହେଉଛନ୍ତି ଗୁରୁ । ତାଙ୍କଠାରୁ ଶ୍ରେଷ୍ଠ ଦୁନିଆରେ କେହି ନାହାଁନ୍ତି । ତେଣୁ ସେ ସର୍ବଦା ପୂଜନୀୟ । ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ ପାଳନ ହୋଇଥାଏ ଗୁରୁପୂର୍ଣ୍ଣିମା । ଆଜିର ଦିନରେ ଆଦିଗୁରୁ, ମହାଭାରତର ରଚୟତା ଓ ଚାରି ବେଦର ବ୍ୟାଖ୍ୟା କରିଥିବା ମହର୍ଷି ବ୍ୟାସ ଦେବ ରୂପରେ ପରିଚିତ ମହର୍ଷି ଦ୍ୱିପାୟନ ବ୍ୟାସଙ୍କ ଜନ୍ମ ଦିବସ । ସେ ଜଣେ ସଂସ୍କୃତର ବହୁତ ବଡ଼ ବିଜ୍ଞାନୀ ଥିଲେ ଯିଏକି ୪ ଗୋଟି ବେଦର ବ୍ୟାଖ୍ୟା କରିଥିଲେ । ତେବେ ନାମ ବେଦ ବ୍ୟାସ ହେବାର ଏ ଥିଲା ମୁଖ୍ୟ କାରଣ ।

ତାଙ୍କୁ ଆଦି ଗୁରୁ ଆଖ୍ୟା ଦେବା ସହ ଏହି ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ହିନ୍ଦୁ, ଜୈନ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଆଜିର ଦିନଟି ବିଶେଷ ମହତ୍ତ୍ୱ ରଖିଥାଏ । ଗୁରୁ ଶବ୍ଦ ସଂସ୍କୃତର ଦୁଇଟି ଶବ୍ଦ, ‘ଗୁ’ ଏବଂ ‘ରୁ’ରୁ ସୃଷ୍ଟି ହୋଇଛି । ‘ଗୁ’ର ଅର୍ଥ ହେଉଛି ଅନ୍ଧାର ଏବଂ ‘ରୁ’ର ଅର୍ଥ ହେଉଛି ନିବାରଣ । ଅନ୍ଧକାର ରୂପକ ଅଜ୍ଞାନରୁ ଯିଏ ଉଦ୍ଧାର କରେ ସିଏ ହେଉଛନ୍ତି ଗୁରୁ ।

ବାରଣାସୀର ସାରନାଥଠାରେ ବୁଦ୍ଧ ନିଜର ଶିଷ୍ୟମାନଙ୍କୁ ଆଜିର ଦିନରେ ପ୍ରଥମ ଉପଦେଶ ଦେଇଥିବାର ବିଶ୍ୱାସ ରହିଛି । ତେଣୁ ଏହି ପବିତ୍ର ପୂର୍ଣ୍ଣମାରେ ଆମେ ଗୁରୁଙ୍କୁ ସ୍ମରଣ କରିବା ସହ ପୂଜାର୍ଚ୍ଚନା କରାଯାଇଥାଏ ।

– ମଧୁସ୍ମିତା ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁସ୍ମିତା ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।