You are currently viewing କାର୍ଗିଲ ବିଜୟ ଦିବସ
କାର୍ଗିଲ ବିଜୟ ଦିବସ

କାର୍ଗିଲ ବିଜୟ ଦିବସ

ଆଜି କାର୍ଗିଲ ବିଜୟ ଦିବସ । କାରଗିଲ ବିଜୟ ଦିବସକୁ ବିତିଛି ୨୨ ବର୍ଷ । ୧୯୯୯ ମସିହା ଆଜିର ଦିନରେ କାର୍ଗିଲରେ ବିଜୟର ପତକା ଉଡ଼ାଇଥିଲେ ଭାତରୀୟ ସେନା । ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଲଢ଼େଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । ୨ ମାସ ୩ ସପ୍ତାହ ୨ ଦିନ ଧରି ଚାଲିଥିଲା କାରଗିଲ ଯୁଦ୍ଧ । କାର୍ଗିଲ ବିଜୟ ପାଇଁ ୫୨୭ ଜଣ ଯବାନ ବଳିଦାନ ଦେଇଥିଲେ । ୧୩ ଶହରୁ ଅଧିକ ଯବାନ ଆହତ ହୋଇଥିଲେ । ଆଜି ବୀର ସହିଦଙ୍କୁ ମନେ ପକାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ ।

“କାର୍ଗିଲ ବିଜୟ ଦିବସ”ରେ ଆମେ ଶହିଦ ମାନଙ୍କୁ ସମ୍ମାନ ଦେବା ଏବଂ ସେମାନେ ଯେଉଁ ବିରତ୍ୱର ପରାକାଷ୍ଠା ଦେଖେଇଥିଲେ ତାର ସ୍ମୃତି ଚାରଣ କରିବା । ଓଡ଼ିଶାର ଦୁଇ ସୁଯୋଗ୍ୟ ସନ୍ତାନ ଗୋପୀନାଥ ମହାରଣା ଓ ସଚ୍ଚିଦାନନ୍ଦ ମଲ୍ଲିକ କାର୍ଗିଲ ଯୁଦ୍ଧରେ ଶତ୍ରୁଙ୍କୁ ଖାତିର ନକରି ନିଜ ଜୀବନକୁ ବାଜି ଲଗାଇ ଥିଲେ । ରାଷ୍ଟ୍ରର ସୁରକ୍ଷା ପାଇଁ ସୈନ୍ୟମାନଙ୍କୁ,ତାଙ୍କର ବୀର ମା(ପରିବାର) ଯିଏ ଭାରତ ମାତା ର ସେବା ପାଇଁ ତାଙ୍କର ପ୍ରିୟ କୁ ଉତ୍ସର୍ଗ କରିଦେଇଛେନ୍ତି ସେମାନଙ୍କୁ ମୋର ପ୍ରଣାମ ।

ଭାରତ ମାତା କି ଜୟ !!

– ମଧୁସ୍ମିତା ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁସ୍ମିତା ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।