ଅପରାଜିତା

Odia Poem Aparajita (ଅପରାଜିତା) by Dolamani Padhan

ତୁମେ ପରା ଅଟ ଅପରାଜିତା
ମନ ମୋହିନିଏ ତୁମ ଲଟାର ଛଟା
ତୁମେ ପରା ଅଟ ଅପରାଜିତା
ଲତା ବର୍ଣ୍ଣ କୋଳେ ନୀଳ ରତନ
ତାକୁ ଦେଖି ନାଚେ ହୃଦ ସ୍ପନ୍ଦନ
ବାଉଁଶ ବାଡ଼ରେ ମାରେ ସାଉଁଟା
ତୁମେ ପରା ଅଟ ଅପରାଜିତା
ଗହଲ ଶ୍ୟାମଳ ପତ୍ରେ ସୁଶୋଭିତ
ନୀଳ ଶାଢ଼ୀ ପିନ୍ଧି କରେ ବିମୋହିତ
ଧରଣୀ ବୁକୁରେ ତୁମେ ତ ବିଜିତା
ତୁମେ ପରା ଅଟ ଅପରାଜିତା
ତୁମ ନୀଳ ରୂପେ ଭରିଛି ପ୍ରେମ
ପବିତ୍ର ସଂସାରେ ଦେଖାଏ ଭ୍ରମ
ହୃଦୟ ଆନ୍ଦୋଳିତ କରେ ସଳିତା
ତୁମେ ପରା ଅଟ ଅପରାଜିତା
ମହାଦେବଙ୍କର ତୁମେ ପ୍ରିୟ ଫୁଲ
ତୁମେ ସାଥେ କିଏ ହବ ସମତୁଲ
ଶଙ୍ଖ ଶେଫାଳୀର ଅପୂର୍ବ କଟିତା
ତୁମେ ପରା ଅଟ ଅପରାଜିତା

– ଡୋଳାମଣି ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...