You are currently viewing ଦୁହିତା
Odia Poem Duhita (ଦୁହିତା) by Tukuna Sahu

ଦୁହିତା

ସିନ୍ଦୂର ଦିଅଇ ନୂତନ ଠିକଣା
ଆପଣାଙ୍କୁ କରେ ପର,
ବାପା ଭାଇ ପୁଣି କୁଣିଆ ହୁଅନ୍ତି
ଗଲେ ଝିଅ ଶାଶୁଘର ।

ଶଶୁର ମନ୍ତ୍ରଣା ଶାଶୁଙ୍କ ଗଞ୍ଜଣା
ନିତି ହୁଏ ଦହଗଞ୍ଜ,
ସଭିଙ୍କ ମନକୁ ଖୁସି କରିବାରେ
ବିତେ ସକାଳରୁ ସଞ୍ଜ ।

ବୁଝେ ନାହିଁ କେହି ତା’ ହୃଦ ଯନ୍ତ୍ରଣା
ଶୁଣିଛି କେ ତା’ର କାନ୍ଦ,
ଆଖିର ଲୁହକୁ ଓଠେ ଦିଏ ସଦା
ଭୁଲି ନିଜ ଭଲ ମନ୍ଦ ।

ଆଞ୍ଜୁଳେ ଖୁସିକୁ ପାଇବା ନିମନ୍ତେ
ତେଜି ନିଜର ଆହାର,
ଦୁନିଆଁ ଦାଣ୍ଡରୁ ସାଉଁଟେ କେବଳ
ଖାଲି ଦୁଃଖ ଉପହାର ।

– ଟୁକୁନା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଟୁକୁନା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।