You are currently viewing ଶବ୍ଦସ୍ୱତ୍ୱ
ଶବ୍ଦସ୍ବତ୍ବ

ଶବ୍ଦସ୍ୱତ୍ୱ

ଶବ୍ଦ ଉପରେ ମାଲିକାନା
କେବେ ବି କାହାର ଥାଏନା
ଶବ୍ଦ ଆମର କି ତାଂକର
ଏ ଚିଂତା ଅଟେ ଅବାଂତର

ଯେ କହେ, ଶବ୍ଦ ହୁଏ ତାର
ଶବ୍ଦ ଉପରେ ଅଧିକାର
ସର୍ବଦା ରହେ ସଭିଂକର
କରିବା ଏ ସତ୍ୟ ସ୍ୱୀକାର

ପବନ ସୂର୍ଯାଲୋକ ପରି
ଶବ୍ଦ ବି ପାରୁଛି ସଂଚରି
ଏ ଗତି ରୋଧିବାକୁ ଚେଷ୍ଟା
ନ ଦିଏ କାହାକୁ ପ୍ରତିଷ୍ଠା

ଶବ୍ଦର ମୁକ୍ତ ବିନିମୟ
ଯୋଗୁଁ ହୁଏନା ଭାଷା କ୍ଷୟ
ତେଣୁ ନ ହୋଇ କେବେ ଭୀତ
କରିବା ଶବ୍ଦଂକୁ ସ୍ୱାଗତ

ଶବ୍ଦ ମିଶ୍ରଣ ଯୋଗୁଁ ହିତ
ଲୋକେ ହୁଅଂତି ଉପକୃତ
ଭାଷା ବି ହୁଏ ସମୁନ୍ନତ
ବିବାଦ ହୁଅଇ ନିହତ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।