You are currently viewing ନମସ୍ତେ ମା’ ସରସ୍ୱତୀ
Namaste Maa Saraswati (ନମସ୍ତେ ମା' ସରସ୍ୱତୀ) by Mamata Sahu

ନମସ୍ତେ ମା’ ସରସ୍ୱତୀ

ନମସ୍ତେ ନମସ୍ତେ ଭଗବତୀ ଗୋ ଭାରତୀ
ନମସ୍ତେ ନମସ୍ତେ ବିଦ୍ୟାବତୀ ସରସ୍ୱତୀ ॥

ବାଲମିକ ମୁନିଙ୍କୁ ମା’ କରିଲୁ ସୁଦୟା
ସପ୍ତକାଣ୍ଡ ରାମାୟଣ ଲେଖିଲେ ଅନନ୍ୟା ॥

ବୀଣା ନାଦେ ବିଷ୍ଣୁଙ୍କର ମନକୁ ମୋହିଲୁ
ବିଷ୍ଣୁ ମୋହିନୀ ନାମରେ ପରିଚିତ ହେଲୁ ॥

ଦେବ ଗୁରୁ ବୃହସ୍ପତି ତୋ’ର ଦୟାବଳେ
ଦେବଗଣେ ମହା ପଣ୍ଡିତ ଯେ ବୋଲାଇଲେ ॥

ତୋ’ କୃପା ହେଲେ ମାଗୋ ମୂର୍ଖ ହୁଏ ଜ୍ଞାନି
ବିଦ୍ୟା ବୁଦ୍ଧିରେ କେ ତାକୁ ନ ପାରଇ ଜିଣି ॥

ବାଲ୍ୟକାଳୁ କାଳିଦାସ ମହାମୂର୍ଖ ଥିଲା
ତୋ’ର ଦୟା ବଳେ ମହାପଣ୍ଡିତ ହୋଇଲା ॥

ଶୁଦ୍ରମୁନି ଶାରଳା ମା ତୋ’ର ପାଦ ସେବି
ଓଡ଼ିଶା ରାଜ୍ୟରେ ବୋଲାଇଲେ ମହାକବି ॥

ବିଦ୍ୟା ପ୍ରଦାୟନୀ ମା’ଗୋ ବିଦ୍ୟାର ଭଣ୍ଡାର
ଆଶ୍ରିତ ଜନଙ୍କୁ ମାତ ନିରାଶ ନ କର ॥

ଗାନ୍ଧର୍ବୀ କିନ୍ନର ଅପସରି ବିଦ୍ୟାଧାରି
ଯୁଗେ ଯୁଗେ ଏ ସଂସାରେ ରହିଚୁ ବିସ୍ତାରି ॥

ତୋ’ର ପାଦ ପଦ୍ମେ ମା’ଗୋ କରୁଛି ବିନତି
ସୁଦୟା ଚିତ୍ତରେ ମା’ଗୋ ଦିଅ ସଦଗତି ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।