You are currently viewing ନଇଁଲେ ମସ୍ତକ ସମୁଦ୍ର ପାର
Odia Poem Nainle Masataka Samudra Par (ନଇଁଲେ ମସ୍ତକ ସମୁଦ୍ର ପାର) by Alekh Meher

ନଇଁଲେ ମସ୍ତକ ସମୁଦ୍ର ପାର

ନଇଁଲେ ମସ୍ତକ ବାରାନିଧି ପାର
ଜାଣିଛି ଦୁନିଆଁ ସାରା,
ଅବନତ କରି ପ୍ରଣାମ କରନ୍ତି
ଜ୍ଞାନୀ ଗୁଣି ସସାଗରା ।

ଜଳଧର ନମ୍ରେ ନଭ ମଣ୍ଡଳରୁ
ଜୀବନ କରନ୍ତି ଦାନ,
ପାଦପ ଉଚ୍ଚରେ ଅବସ୍ଥାନ କରି
ବିତରେ ଫଳ ପ୍ରସୂନ ।

ପ୍ରଳୟ ବତାସ ଗର୍ବ ଚୂର୍ଣ୍ଣ କରେ
ଅହଂରେ ଟେକିଲେ ମଥା
ଅଚଳା ପୃଷ୍ଠରେ ଦାରୁ ତରୁ ଯେତେ
ନଇଁ ସହିଯା’ନ୍ତି ବ୍ୟଥା ।

ନମ୍ରରେ ମିହିର ଜ୍ୟୋତି ବିଛୁରଇ
ନୟନ ଦେବତା ହୋଇ,
କଳାକର ଜ୍ୟୋତ୍ସ୍ନା ନିଶିରେ ବିଛାଡ଼ି
ତମସା ଦିଏ ହଟାଇ ।

କ୍ଷମାର ମହତ୍ତ୍ୱ ଜାଣିଛି ମହତ
ଶମିତ କରି ଗରବ,
ଶତ ଅପରାଧ କ୍ଷମି ଶିଶୁପାଳେ
ଦେଖାଇଥିଲେ ମାଧବ ।

– ଅଲେଖ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଲେଖ ମେହେର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।