You are currently viewing ରଜସ୍ୱଳା
Rajaswala (ରଜସ୍ୱଳା) by Snigdhalaxmi Priyadarsini Mohapatra

ରଜସ୍ୱଳା

“The Period is a natural phenomenon for the purification of our body’s excursive elements.”

ଓଃ କି କଷ୍ଟ, ମନେ ମନେ କେତେ ଯେ ରାଗ, ଦୟା ନିଜ ଉପରେ ଆସୁଛି । ବେଳେବେଳେ ଭାବିଲା ବେଳକୁ ଲାଗୁଛି କାହିଁକି ଝିଅ ହଉଥିଲି କେଜାଣି, ଏତିକି ଭାବିଲା ବେଳକୁ ଟୋପା ଲୁହରେ ତକିଆ ଓଦା ହେଇଯାଏ ଆଉ ଗୋଟିଏ ତକିଆକୁ ପେଟ ତଳେ ତକିଆକୁ ଜାକି ଶୋଇବାକୁ ପଡ଼ିଥାଏ । ଏମିତିରେ କ’ଣ ବା କରିହେବ, ଗୋଡ଼ ହାତ କାଟୁଛି ଯେ ଦେଖିବ ନା ପେଟ ଅଣ୍ଟା କାଟୁଛି ବୋଲି କିଛି କରିହେଇପାଇବା । ଖାଇବା ପିଇବା ତ ଦୂରର କଥା ଖଟରୁ ଉଠିବାକୁ ଇଚ୍ଛା ହୁଏନା । ପ୍ରତି ମାସର ଏମିତି ଏକ ଯନ୍ତ୍ରଣା ସାମ୍ନା କରେ ଜଣେ ନାରୀ । ଏ ଯନ୍ତ୍ରଣାଠୁ ଅଧିକ ଯନ୍ତ୍ରଣା ଦିଏ ସମାଜର ଅନେକ କଟୁ କଥା । ଏମିତି ବାରଣ କରନ୍ତି ଯେ ଏହା ଆଗରେ ଜାତି-ଅଜାତି ଭେଦଭାବ ବି କମ ପଡ଼ିଯିବ । କାହଁକି ଆଜି ଜଣେ ନାରୀ ଖୋଲିକି କହି ପାରୁନାହିଁ ? କାହଁକି ଆଜି ସେ ଏତେ ଲଜ୍ଜିତ ନିଜ ଭାଗ୍ୟକୁ ନେଇକି? କାହଁକି ତା’ ମନରେ ପ୍ରଶ୍ନ ଆସୁଛି ତା’ର ଏ ଝିଅ ଜନ୍ମକୁ ନେଇକି? କାହଁକି ନା ସେ ଗୋଟିଏ ରଜ୍ଜଶିଳା । ଆଜିର ସମାଜ ଯାହାକୁ ଛୁଆଁ-ଅଛୁଆଁ ଡୋରିରେ ବାନ୍ଧିଛି । ଆଜିର ପୀଡ଼ା ସହି କାଲିର ଗୋଟେ ନୂଆ ଜୀବନ ଦାନର ଅଧିକାରୀ ସେ । ଏମିତି ବହୁତ ପ୍ରଶ୍ନ ଆସୁଛି ଯାଉଛି ନା କେହି ବଦଳାଉଛି ନା କିଏ ମୁକ୍ତି ଦେଇଛି ପଦେ ମନ ଖୋଲା କଥା ହେବାକୁ, ନା କେବେ ସେ ଦମ୍ଭ ଆସିଛି କହିବାକୁ ! ଏଇ ଯନ୍ତ୍ରଣା କାହା ପାଇଁ ସାମାନ୍ୟ ପୀଡ଼ା କିନ୍ତୁ ମୋ ପାଇଁ ତାହା ନର୍କର ଯନ୍ତ୍ରଣା । ନାରୀର ଅନ୍ୟନାମ ରଜସ୍ୱଳା । କାହିଁ କେତେ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ହେଲେ ସବୁ କିଛି ସେମିତି ଅଛି କିଛି ବି ବଦଳି ନାହିଁ । ହଁ ମୁଁ ଆଜି ବହୁତ ଗର୍ବ କରେ ମୁଁ ଗୋଟେ ଝିଅ ଏବଂ ମୁଁ ରଜସ୍ୱଳା ।
Happy mensuration hygiene🩸
Happy period ever girl 🌸💌
Trust period ⭕️ is a blessing to create life 🌼🌈

– ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।