You are currently viewing ନାରୀକୁ ସମ୍ମାନ
Odia Poem Nariku Sammana (ନାରୀକୁ ସମ୍ମାନ) by Mamata Barik for Menstruation Day

ନାରୀକୁ ସମ୍ମାନ

ନାରୀକୁ ଦେବୀ ଆଖ୍ୟା ଦେବା ପୂର୍ବରୁ
ତା’ ମାସିକ କଷ୍ଟ ବିଷୟରେ ଅବଗତ ହୁଅନ୍ତୁ ।

ନାରୀକୁ ଭଲପାଇବା ପୂର୍ବରୁ
ତା’ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ନାରୀ ପ୍ରତି କୁଦୃଷ୍ଟି ପକାଇବା ଆଗରୁ
ତା’ ସହନଶୀଳତା ପରଖି ନିଅନ୍ତୁ ।

ନାରୀକୁ ଋତୁସ୍ରାବ ସମୟରେ
କିଛି ଉପଦେଶ ଦେବା ପୂର୍ବରୁ
ତା’ ଯନ୍ତ୍ରଣାକୁ ଥରୁଟେ
ତା’ ସ୍ଥାନରେ ଥାଇ ଅନୁଭବ କରନ୍ତୁ ।

ନାରୀର ଗଢ଼ଣକୁ ନେଇ
ଉପହାସ, ଲାଞ୍ଛନା, ସମାଲୋଚନା
କରିବା ପୂର୍ବରୁ ତା’ ହୃଦୟର କୋହ,
ଆଉ ସେ ବର୍ଷ ବର୍ଷ ଧରି ସନ୍ତରଣ
କରୁଥିବା ରକ୍ତର ଦରିଆ କଥା ଚିନ୍ତା କରନ୍ତୁ ॥

ବିଶ୍ୱ ଋତୁସ୍ରାବ ପରିଚ୍ଛନତା ଦିବସର ଶୁଭେଚ୍ଛା ।

– ମମତା ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।