You are currently viewing ମଣିଷ ଜନମ
Odia Poem Manisha Janama (ମଣିଷ ଜନମ) by Biswanath Kinkar Rout

ମଣିଷ ଜନମ

ପାଇଛନ୍ତି ଆମେ ମଣିଷ ଜନମ,
ଏତେ କ୍ରୋଧ କିଆଁ କର,
ନିଜେ ବଳିୟାର କରିତ୍‌କର୍ମା ବୋଲି,
ନିଜକୁ କର ବିଚାର ॥

ଏତେ ଅଭିମାନ କର କାହିଁ ପାଇଁ,
ଅଯୋଗ୍ୟ କେହି ତ ନୁହେଁ,
ବର ହେଉ ଅବା ହେଉ ଅଭିଶାପ,
କର୍ମ ଅନୁସାରେ ପାଏ ॥

ନିଜେ ରାମ, କୃଷ୍ଣ ଅମର ନୁହନ୍ତି,
ଅମରତ୍ୱ କିଏ ଦେବ,
ନିଜ ଅଭିନୟ ସାରି ଧରା ଧାମେ,
ତାଙ୍କ ପାଶେ ବାହୁଡ଼ିବ ॥

– ବିଶ୍ୱନାଥ କିଙ୍କର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।