You are currently viewing ଫୁଲ ପାଇଁ….
ଫୁଲ ପାଇଁ

ଫୁଲ ପାଇଁ….

ଫୁଲଟିର ପରିଚୟ
କ’ଣ ତା’ର ବାସ୍ନା ନା ସୌନ୍ଦର୍ଯ୍ୟ….?
କ’ଣ ଏତିକିରେ ପରିଚିତ ହୁଅନ୍ତି
ଫୁଲମାନେ….!!!

ଏ ସବୁର ପରିଧି ବାହାରେ
କେହି କ’ଣ ଫୁଲର ମନ ପଢ଼ି ପାରେ..?
ତା’ର ସେ ହସ ଭିତରେ
କିଏ କ’ଣ ବାରିପାରେ
ତା’ର ଅସ‌ହାୟତା…!!!

ଫୁଲ ତ’ ଖୁସି ପାଇଁ
ପୂଜା ପାଇଁ
ସୌନ୍ଦର୍ଯ୍ୟ ଓ ସୁବାସ ପାଇଁ,
ବାସର ଶେଯରେ
ଝରିଯିବା ପାଇଁ….

ନିରିମାଖି ଫୁଲ
କାହାକୁ କିଛି ନ କ‌ହି ମଉଳି ଯାଏ,
ପ୍ରଜାପତି ବି ଠିକଣା ବେଳରେ
ମୁହଁ ମୋଡ଼େ….

ମାଳିର ସ୍ନେହ, ଆଦରକୁ
ନିଜର କରି ସାଇତି ଥାଏ
କିନ୍ତୁ ହିସାବି ମନର ଗଣିତ
ଫୁଲ କ’ଣ ବୁଝିପାରେ….!!!

ବୁଝିଲେ ବି,
ନିଜକୁ ହସିହସି ସମର୍ପି ଦିଏ…

ଅବଶୋଷ କିମ୍ବା ଅଭିଷାପ
ତା’ ମନରେ ନ ଥାଏ
ଥାଏ, କେବଳ ଅଭିନନ୍ଦନର ଶଙ୍ଖନାଦ…..

ଶୁଭକାନ୍ତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭକାନ୍ତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।