You are currently viewing ଆଜି କାହିଁ ନୀରବ
ଆଜି କାହିଁ ନୀରବ

ଆଜି କାହିଁ ନୀରବ

ଆଜି କାହିଁ ନିରବ?
ନିର୍ଜୀବ ଭଳି ଦିଗବଳୟକୁ ଚାହିଁ ରହିଛି,
ମନରେ ଅସୁମାରି ପ୍ରଶ୍ନ,
ସମାଧାନର ଉପାୟ ଖୋଜିଚାଲିଛି ।।

ଆଜି କାହିଁ ନିରବ?
ସମୟ ସ୍ରୋତରେ ଭାସି ମୁଁ ଚାଲିଛି,
ଅଟକିବାର ବୃଥା ପ୍ରଚେଷ୍ଟା,
ରକ୍ତାତ କରୁଛି, ଆଗକୁ ଠେଲି ବି ନେଉଛି ।।

ଆଜି କାହିଁ ନିରବ?
ସତେ ଯେମିତି କାହାକୁ ହଜେଇ ଦେଇଛି,
ଛାତିରେ ଛାତିଏ କୋହ,
ଅଶ୍ରୁଟିଏ ହୋଇ ଆଖିକୁ ଭିଜେଇ ଦେଇଛି ।।

ଆଜି କାହିଁ ନିରବ?
ଭିଡ଼ ଭିତରୁ କିଏ ଯେମିତି ମୁଣ୍ଡ ଟେକୁଛି,
ସାଥିଟିଏ ଖୋଜୁଛି,
ସାଥୀକୁ ନ ପାଇ ଭିଡ଼ ଭିତରେ ଲୁଚିଯାଇଛି ।।

ଆଜି କାହିଁ ନିରବ?
ଅତୀତର ଦିନ ସବୁ ଆଖି ଆଗରେ ନାଚି ଉଠୁଛି,
ତମେ ସିନା ନାହଁ,
ସେହି ପିଲାଦିନ, ସ୍ମୃତିଟିଏ ହୋଇ ରହିଛି ।।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।