You are currently viewing ପଖାଳ ଚାଳିଶା
ପଖାଳ ଚାଳିଶା

ପଖାଳ ଚାଳିଶା

ଭାତକୁ ରାନ୍ଧିଣ ଆଣିବ,
ସେଥିରେ ଦହି ମିଶାଇବ ।
ସ୍ଵାଦାନୁସାରେ ଲୁଣ ଦେବ,
କଂସା ବାସନେ ପରଷିବ ।
ଅଟେ ପଖାଳ ନାମ ତା’ର,
ସେଥିରେ ଲୋଭ ଓଡ଼ିଆର ।
ତା’ ସାଙ୍ଗେ ଅନ୍ୟ ଦ୍ରବ୍ୟମାନ,
ସାଦରେ କରିବ ଭୋଜନ ।
ବଡ଼ିଚୁରା କି ଶାଗଭଜା,
ପଖାଳ ସାଙ୍ଗେ ଭାରି ମଜା ।
ଯଦି ଆମିଷ ଖାଉଥାଅ,
ଶୁଖୁଆ ଖଣ୍ଡେ ପୋଡ଼ିଦିଅ ।

ଲଙ୍କା ମରିଚ ସଙ୍ଗେ ଲୁଣ,
ସୁଆଦ ବଢ଼ିବଟି ଜାଣ ।
କଂସାଏ ପଖାଳ ଖାଇବ,
ଘୁଙ୍ଗୁଡ଼ି ମାରିଣ ଶୋଇବ ।
ଅକାଳ କୁଷ୍ମାଣ୍ଡ କହଇ,
ଏହାଠୁ ବଡ଼ ସୁଖ ନାହିଁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅକାଳ କୁଷ୍ମାଣ୍ଡ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ମୁଖ୍ୟତଃ ସର୍ବସାଧାରଣରେ ଘଟୁଥିବା ଘଟଣା ସହତ ଜଡ଼ିତ ଥାଏ । ତାଙ୍କ ସମସ୍ତ ରଚନାଗୁଡ଼ିକ ଅନେକ ପାଠକୀୟ ଆଦୃତି ଲାଭ କରିଛି ।