You are currently viewing ଆକାଂକ୍ଷା
ଆକାଂକ୍ଷା

ଆକାଂକ୍ଷା

ତୁମେ ଭାଙ୍ଗିଦେଇ ପାର
ବୃହତାକାର ମହାଦ୍ରୁମ…

କିନ୍ତୁ ରୋକି ପାରିବନି
ତା’ର କ୍ଷୁଦ୍ର ଅଙ୍କୁରୋଦ୍‌ଗମ…

ଲିଭେଇ ଦେଇପାର, ଆଶାର ପ୍ରଜ୍ୱଳିତ ଅଗ୍ନି,
ହେଲେ ପ୍ରଶମିତ ହେବ ନାହିଁ
ବୃହଦାକାଂକ୍ଷା ବ‌ହ୍ନି…

ଭାବିବନି କେବେ, ଏ ତ’ ସାମାନ୍ୟ ବାରି,
ବନ୍ୟା ରୂପେ ହୋଇପାରେ,
ମହାପ୍ରଳୟଙ୍କରୀ…

ସସ୍ମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ସାହୁ ଜଣେ ଓଡ଼ିଆ ଗାଳ୍ପିକା ତଥା କବୟତ୍ରୀ, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗପ, କବିତା, କ୍ଷୁଦ୍ରଗଳ୍ପ ଆଦି ରଚନା କରନ୍ତି ।