You are currently viewing ଜଣେ ପ୍ରେମିକର ହାତ ଲେଖା କବିତା
ଜଣେ ପ୍ରେମିକର ହାତଲେଖା କବିତା

ଜଣେ ପ୍ରେମିକର ହାତ ଲେଖା କବିତା

ପଲକରେ ଲାଗିଥିଲା
ଜଳି ଯାଇଥିବା ସ୍ୱପ୍ନର ପାଉଁଶ…

ଝାଡ଼ି ଦେଲା ଯିଏ ନିଜ ପଣତରେ, ସିଏ
ଯାହା ସ୍ୱପ୍ନ ଜଳିଥିଲା ରାତିସାରା, ସିଏ
ଏବଂ ଯିଏ ନିଆଁ ଲାଗେଇଥିଲା, ସିଏ
ଅଲଗା ଅଲଗା ନୁହେଁ,
ସମସ୍ତେ ସେହି ଜଣେ ବୋଲି ଯଦି କୁହେ
କରିପାରିବ ବିଶ୍ୱାସ???

ଯାହା ତୁମେ ମାନିବାକୁ ବି ଅରାଜି
ସେମିତି ଏକ ସତ୍ୟ ମୁଁ ଜିଉଁଛି ଆଜି

ତୁମେ ପ୍ରେମ ପଢ଼ୁଛ,
ତେଣୁ ବୋଧେ ଶଙ୍କାରେ ଥିବ
ମୁଁ ପ୍ରେମ କରିଛି,
ମୋ ପାଇଁ ସବୁ ସମ୍ଭବ !!!

ମାନସ ରଞ୍ଜନ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।