ନିଜ ଇଲାକାରେ
ନିଜ ଇଲାକାରେ

ନିଜ ଇଲାକାରେ

ଚଳ ଚଞ୍ଚଳ ଅସ୍ଥିର ଏ ମନ
ରାତ୍ରୀର ରାଣୀ ପାହୁଣ୍ଡେ ପାହୁଣ୍ଡେ
ଆଗକୁ ବଢ଼ାଉଛି ପାଦ ।
ଚାରିଆଡ଼ ଶୁନଶାନ ନିଃଶବ୍ଦ
ଆକାଶରୁ ଝରିପଡ଼ୁଛି
ଅଦିନିଆ ଫଗୁଣର କେଇଟୋପା ଲୁହ ।
ଶରୀରଟା ଅଳ୍ପ ଭିଜିଲା
ଗେଣ୍ଡାପରି ଆଖିରେ
ଜକେଇ ଉଠୁଛି ତରଳ ଲାଭା
ସତେ କି ବାହାରି ଆସିବ
ଅଚିହ୍ନା ବ୍ୟକ୍ତିଙ୍କ ଅଚିହ୍ନା ମୁହଁ ।
ବ୍ୟାକୁଳତା ବ୍ୟତିବ୍ୟସ୍ତ କରେ
ମନରେ ସାହସ ଓ ଦମ୍ଭ
ପାଦ ବଢ଼ାଏ ଆଗକୁ ଆଗକୁ ।
ସ୍ୱପ୍ନ ଅସରନ୍ତି
ଅସତ୍ୟର ପଟୁଆର ଚାରିଆଡ଼େ
ନିନ୍ଦା ଅପବାଦକୁ ମୁଣ୍ଡରେ ଲାଦିବା ଆଗରୁ
ଠିକରେ ପହଞ୍ଚିଯାଏ
ସୁରକ୍ଷିତ ସ୍ଥାନେ ଅବା
ନିଜ ଇଲାକାରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu