You are currently viewing କାରଣ ମୁଁ ଭଲପାଏ…
କାରଣ ମୁଁ ଭଲପାଏ...

କାରଣ ମୁଁ ଭଲପାଏ…

ସେ ମୋତେ ବାରମ୍ବାର ପଚାରେ,
ଆପଣ ମୋ ଉପରେ ଏତେ ରାଗନ୍ତି କାହିଁକି???
ଭୁଲ ତ ସୃଷ୍ଟିର ନିୟମ
ଭୁଲ ପରେ ଠିକ ହୁଏ
ଇତ୍ୟାଦି ଇତ୍ୟାଦି ଅନେକ ବୁଝାନ୍ତି
ତା’ପରେବି
ଛୋଟ ଛଛୋଟ କଥାରେ ଅଭିମାନ କରନ୍ତି…

ମୁଁ କିନ୍ତୁ ସେଇ ଗୋଟିଏ ଉତ୍ତର ଦିଏ,
ମାଳୀ ସିଏ, ଯେ
ଗଛର ଯତ୍ନ ନିଏ
ମୂଳରେ ପାଣି ଦିଏ
ଅନାବନା ଘାସ ବାଛେ
ଆଉ
ଆବଶ୍ୟକ ହେଲେ
କିଟନାଶକ ବିଷ ଦିଏ
କାରଣ,
ସେ ଗଛକୁ ଭଲପାଏ…

– ଗୋଲକ ବିହାରୀ ଗିରି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଗୋଲକ ବିହାରୀ ଗିରି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।