You are currently viewing ପରିବର୍ତ୍ତନ
ପରିବର୍ତ୍ତନ

ପରିବର୍ତ୍ତନ

ସବୁଥର ଭଳି
ଏଥର ବି ବଦଳିଯିବ
କ୍ୟାଲେଣ୍ଡରର ପୃଷ୍ଠା,
ଖ୍ରୀଷ୍ଟମାସର କୋଳାହଳ
ବିଦାୟଦେବ ପୁରୁଣା ବର୍ଷକୁ,
ପୁରୁଣା ହେଇଯିବେ
ଅସହିଷ୍ଣୁତା ଆଉ
ଯେତେ ସବୁ ସମ୍ମାନ ପୁରସ୍କାର,
ନୂଆ ସକାଳର
ନବ ରବି ପୃଥିବୀକୁ ଛୁଇଁବା ଆଗରୁ
ଅଗଣିତ ଚାଷୀଭାଇ ଭୁଲିଯିବେ
ଆତ୍ମହତ୍ୟା ଏକ ମହାପାପ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସନାତନ ମହାକୁଡ଼ ପେଶାରେ ଜଣେ ଯୋଗ ଶିକ୍ଷକ । ସେ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିବା ସହିତ ଯୋଗଶାସ୍ତ୍ରରେ ସ୍ନାତକ କରିଛନ୍ତି । ଯୋଗ ଶିକ୍ଷା ସହିତ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।