You are currently viewing ନାରୀ ପାଇଁ ରାଜା କିଏ..?
ନାରୀ ପାଇଁ ରାଜା କିଏ

ନାରୀ ପାଇଁ ରାଜା କିଏ..?

ନାରୀ ପାଇଁ ରାଜା କିଏ
ପଚାରୁଛି ନାରୀ,
କେଉଁ ରାଜା ଶାସନରେ
ଅଛି ସେ ନିସ୍ତରି?

କୌରବ ରାଜ ସଭାରେ
ହୋଇଛି ଉଲଗ୍ନ,
ପାଣ୍ଡବ ହାରିଛି ତାକୁ
ହୋଇ ଜୁଆ ମଗ୍ନ ।

ରାବଣ ରାଜା ତାକୁ
ହରଣ କରିଛି,
ରାମକୁ ରାଜା କରି
ସେ ଅନଳେ ପଶିଛି ।

ଡାକୁକୁ ଭୟ କରି
ଧର୍ଷିତା ହୋଇଛି,
ସନ୍ଥକୁ ଭରସା କରି
ଜିଅନ୍ତା ଜଳିଛି ।

ମୁସଲମାନ ଭଲ କହି
ତଲାକ୍ ପାଇଛି,
ହିନ୍ଦୁର ସତୀ ଦାହରେ
ସତୀ ବୋଲାଇଛି ।

ବିଦେଶୀ ଶାସନେ ଘର
କୋଣେ ଲୁଚିଅଛି,
ଗଣତନ୍ତ୍ରରେ ଗଣ-
ଧର୍ଷିତା ହୋଇଛି ।

କେଉଁ ରାଜା ଭଲ ବୋଲି
ଜାଣି ନ ପାରିଛି,
ନାରୀ ଜନ୍ମ ପାଇଁ ନିଜ
ଭାଗ୍ୟକୁ ନିନ୍ଦିଛି ।

ପ୍ରତିକାର ପାଇଁ ଲୋଡ଼ା
ନାରୀ ଜାଗରଣ,
ଅସିଧାରୀ ହେବ କରି
ଲଜ୍ଜାକୁ ବାରଣ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୁନା କୁମାର ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।