You are currently viewing ଚାରୋଟି ଅନନ୍ତ ପ୍ରତୀକ୍ଷା
ଚାରୋଟି ଅନନ୍ତ ପ୍ରତୀକ୍ଷା

ଚାରୋଟି ଅନନ୍ତ ପ୍ରତୀକ୍ଷା

ପ୍ରତୀକ୍ଷା,
ରକ୍ତ ରଞ୍ଜିତ ଅତୀତର
ପ୍ରେମ ବିଭୂଷିତ ଭବିଷ୍ୟତକୁ,
ରଞ୍ଜାଇବାକୁ ରଙ୍ଗିନ ଶ୍ରାବଣରେ,
ନଧୋଇ ଆତଙ୍କ ରୁଧିରେ ।

ପ୍ରତୀକ୍ଷା,
ଅର୍ଦ୍ଧଶୁଷ୍କ ନଦୀ ଧାରାର
ଅମଳିନ ବୈଶାଖ ପରର ଅଷାଢ଼ୁଆ ବାରିଦକୁ,
ସାଜି ତରଙ୍ଗାୟିତ ଉର୍ମି, ଲଙ୍ଘି ପଥ
ମିଶିବାକୁ ସମୁଦ୍ର ବକ୍ଷରେ ।

ପ୍ରତୀକ୍ଷା,
ପଥର ନିର୍ଜନତାକୁ କରି ବେଖାତିର
କ୍ଲାନ୍ତ ବଟୋଇର ପ୍ରାନ୍ତ ପଥିକକୁ,
ଭେଟ ହେଲେ ପାଶୋରିବ
କେତେଯୁଗର ପଥଶ୍ରମ,
ସାଥୀ ହେବ ଶେଷଯାଏ ଚାଲିବାକୁ ।

ପ୍ରତୀକ୍ଷା,
ନିଶାର୍ଦ୍ଧରେ ଆତଙ୍କିତ ପ୍ରେୟାସୀର
ପ୍ରୀତ ପ୍ରତ୍ୟୁଷ ପ୍ରେମିକକୁ,
ଲୁପ୍ତ ହେବାକୁ କୁହୁଡ଼ି ଉହାଡ଼େ
ସୁପ୍ତ ସୂର୍ଯ୍ୟର ବଳୟ ଭିତରେ ।

– ପ୍ରଭାତ ବଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଭାତ ବଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।