You are currently viewing ପ୍ରତୀକ୍ଷା !
ପ୍ରତୀକ୍ଷା !

ପ୍ରତୀକ୍ଷା !

ସେଦିନ ରବିବାର ଥାଏ ଆଉ ମୁଁ ଚୁପଚାପ ନୀରବରେ ରହି ଭାବୁଥାଏ ତୁମକଥା, ନୀରବତାରେ ଭାବୁଥିଲି ଏ ଜୀବନ ଆଉ ଏ ପରିବର୍ତ୍ତନ ବିଷୟରେ, ମୋବାଇଲ ଫୋନରେ ବାଜୁଥାଏ ଗୀତଟିଏ
ସନ୍ଧ୍ୟା ସମୟ ଆଉ ହଠାତ ତୁମେ ଆସି ଉପସ୍ଥିତ ହୁଅ, କିଛି ସମୟ ପାଇଁ ନିସ୍ତେଜ ହୋଇ ମୁଁ ଭାବେ ଏ ସ୍ୱପ ନା ବାସ୍ତବତା ।

ତୁମର କଥା ଆରମ୍ଭ ପ୍ରଶ୍ନରୁ ହୁଏ ଏବଂ ଶେଷ ମଧ୍ୟ ପ୍ରଶ୍ନରେ । ଗୀତଟିଏ ଯାହା ବାଜୁଥାଏ ବୋଧହୁଏ ପରିସ୍ଥିତିକୁ ଦେଖିକରି । ମାତ୍ର କିଛି ସମୟ ପରେ ତୁମେ ଫେରିଯାଅ ତୁମ ରାସ୍ତାରେ…

କିଛି ଜଣା କିଛି ଅଜଣା ଚେହେରା, କିଛି ପଡ଼ିଥାଏ ଆଉ କିଛି ବାକି ଥାଏ, କଥା କଥାରେ ଅନାନୀ ଆଉ କଥା କଥାରେ ହେ…ହେ… । ‌ସେ ଫାଷ୍ଟ ଫୁଡ଼ ଷ୍ଟଲରେ ଗଣ୍ଡଗୋଳ ହେଉ ବା ଗୁପଚୁପ ପାଖେ ହସିବାର, ଏମିତି ଅନେକ କଥା ଯାହାକୁ ମୁଁ ମନେରଖିଛି କିନ୍ତୁ କହିନାହିଁ କାହାକୁ । କିଛିଦିନ ପରେ ପୁଣିଥରେ ଦେଖା ହୁଅ ତୁମେ ତା’ ପୁଣି କେତେ ମିଟର ଦୂରରୁ, କିଛି ଦିନର କଥାବାର୍ତ୍ତାରେ ନିଜର ମୁଁ କରିସାରିଥାଏ ତୁମକୁ ମାତ୍ର ଅପେକ୍ଷା ଥାଏ ତୁମର ହଁ’କୁ କେବଳ । ହେଲେ ମନେ ମନେ ତୁମର ଯେ ଇଚ୍ଛା ଥାଏ ଆଉ ତୁମେ ଶେଷରେ ଆସି ଜଣେଇ ଦେଇଯାଅ ପୁଣି ଏକ ପରିସ୍ଥିତି ଆସେ ଆଶ୍ଚର୍ଯ୍ୟ ହେବାର । ଦୁହେଁ ହସି ହସି ଚାଲିଲେ କିଛି ସ୍ମୃତିକୁ ସାଥିରେ ନେଇ । ଅନେକ କିଛି କଥା ଲେଖିଲେ ବି ସରିବ ନାହିଁ । ପବିତ୍ରତା ଓ ବିଶ୍ୱାସର ସାହାରା ନେଇ ଗଢ଼ିଥିଲେ ଆଉ ସ୍ୱପ୍ନର ଘରଟିକୁ କିଛି ମୁଁ ସହିଗଲି କିଛି ତୁମେ, କେତେବେଳେ ତୁମ ଆଖିର ଲୁହ ତ କେତେବେଳେ ମୋ ଛାତିର କୋହ ଦୁହେଁ ସବୁ ସହି ଚାଲିଲେ ସାଥିହୋଇ ।

କିନ୍ତୁ ପରିବର୍ତ୍ତନ ଯେ ଏତେଶୀଘ୍ର ଆସିବ ମୁଁ କେବେ ଭାବି ନଥିଲି । ହଠାତ ଖବର ଆସେ ଫେରିଯିବାର, ମୁଁ ଜାଣିବି ନଥାଏ ସେ କଥା ସବୁ । ତୁମେ ବାହାରି ଆସିଲ କାରଣ ତୁମକୁ ଫେରିବାର ଥିଲା, ତୁମସହ ସେ ଶେଷ ଦେଖା ଆଜିବି ମନେପଡ଼େ, ସେ ଗାଡ଼ି ଆଜିବି ମନେଅଛି, ସେ ସ୍ଥାନ ଆଜିବି ଲୁହ ନେଇ ଆସେ ଆଖିରୁ, ସେ ସମୟ ଆଉ ସେ ମୁହଁ, ସେ ଶେଷ ଝଲକ ଆଜିବି ମୁଁ ସାଇତି ରଖିଛି, ବଞ୍ଚିଛି ଆଜି ତୁମ ସ୍ମୃତିରେ ଅପେକ୍ଷା କରିଛି ତୁମକୁ, ଫେରିପାଇବାକୁ ମୋ ସ୍ୱପ୍ନକୁ, କିଛି ବାକି ରହିଥିବା କଥା କହିବାକୁ ତୁମେ କ’ଣ ପରିଚୟ ଦେବାକୁ କରିଛି ଆଜି ମୁଁ ଅପେକ୍ଷା ତୁମକୁ କେବଳ ତୁମକୁ କାରଣ ତୁମେ କହିଥିଲ ନିଶ୍ଚିତ ଫେରିବ ବୋଲି ।

ମୋର ସ୍ନେହ ଶ୍ରଦ୍ଧା ଓ ଭଲପାଇବା ସତ ନା ଅଭିନୟ ସେ କଥା ସମୟ କହିବ କିନ୍ତୁ ଏହା ସତ୍ୟ ଯେ ମୁଁ ଆଜିବି ରହିଛି ତୁମର ସେ ସହରୀବାବୁର ପରିଚୟ ନେଇ ତୁମ ଅପେକ୍ଷାରେ… କେବଳ… ତୁମ ଅପେକ୍ଷାରେ ।

– ରଶ୍ମି ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମି ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।