You are currently viewing କରାଳ କୋଡ଼ିଏ
କରାଳ କୋଡ଼ିଏ

କରାଳ କୋଡ଼ିଏ

କରାଳ ରୂପରେ କୋଡ଼ିଏ ଆସିଲା, କାଳ ନେଇ ବିଶ୍ୱ ପାଇଁ
କେତେ କ’ଣ ସବୁ ବଦଳିଗଲାଣି, ଛଅ ମାସ ହୋଇନାହିଁ ।

କରୋନା ନାମରେ ଅଜଣା ଭୂତାଣୁ, ସବୁଠି ଯାଇଛି ମାଡ଼ି
ଯେତେ ଯାହା ପୁଣି ହେଇଯାଉ ପଛେ, ମାସ୍କ ଦବୁନି ଛାଡ଼ି ।

ପଞ୍ଜୁରୀ ଭିତରେ ମଣିଷ ବନ୍ଦୀରେ, ପଶୁପକ୍ଷୀ ଏବେ ବାହାରେ
ପ୍ରଦୂଷଣ ମୁକ୍ତ ହେଉଛି ପୃଥିବୀ, ଗଡ଼ୁନି ମଟର ରାସ୍ତାରେ ।

ବିକଶିତ ଦେଶ ବିନାଶ ମୁଖରେ, ଖାଲି ଗଦାଗଦା ଶବ
ସମସ୍ତଙ୍କର ସେହି ଗୋଟେ ଆଶା, ଭାକ୍ସିନ୍ କେବେ ଆସିବ ।

କୋଭିଡ୍ କରୋନା ଦୟାଳୁ ତ ଭାରି, କରିନି କା ସହ ବାଦ
ଲକଡାଉନ୍, ସଟଡାଉନ୍ ଭଳିଶୁଣାଗଲା, ଆଉ କେତେ ନୂଆ ଶବ୍ଦ

ମାସ୍କଟିଏ ପିନ୍ଧି ହାତ ସଦା ଧୋଇ, ସଚେତନ ଯଦି ଥିବୁ
କରିପାରିବନି କୋଭିଡ୍-୧୯, ତତେରେ ଧନ କାବୁ ।

– ରୁଦ୍ର ନାରାୟଣ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଟକ ଜିଲାର ସାଲେପୁର ସ୍ଥିତ ପୂର୍ବଛକର ବାସିନ୍ଦା ହେଉଛନ୍ତି ରୁଦ୍ର ନାରାୟଣ ପାଣିଗ୍ରାହୀ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।