You are currently viewing ଅସତ୍ୟ ନଗର
ଅସତ୍ୟ ନଗର

ଅସତ୍ୟ ନଗର

ଧନ୍ୟ ତୁମେ ନିୟନ୍ତା
ଧନ୍ୟ ସୃଷ୍ଟି କର୍ତ୍ତା…
ଧନ୍ୟ ତୁମ ନ୍ୟାୟ
ଧନ୍ୟ ତୁମ ଲୀଳା ।

କି କହି ତୁମକୁ ବଖଣିବି ମୁହିଁ !
ବିଷର ବଳୟ ହୋଇଛି ଦୁନିଆ ।
ପବିତ୍ର ତୁମ ସୃଷ୍ଟିରେ…
ଘୋଟି ଯାଇଛି ଅନ୍ଧକାର !
ମଣିଷ ବି ନିରୁଧିଷ୍ଟ ଆଜି,
ଅନ୍ଧକାର ପୂର୍ଣ୍ଣ ଅସତ୍ୟ ନଗରେ !
ଅଣ୍ଡାଳି ଚାଲିଛି ମାନବ,
ଟିକିଏ ଆତ୍ମା ସନ୍ତୋଷ ପାଇଁ ।
ଘୋର ଅନ୍ଧକାର ମଧ୍ୟରୁ,
କାଳେ ଖୋଜି ପାଇବ ଟିକେ ଖୁସି ।
ସୁଖକୁ କାଇଁ କଲ ତୁମେ କ୍ଷଣସ୍ଥାୟୀ?
ଦୁଃଖ ଯେ ସଂସାର ବ୍ୟାପି
କି ସୁଖ ପାଉଛ ପ୍ରଭୁ !!!
ତୁମ ସୃଷ୍ଟିର ଏ ଅବସ୍ଥା ଦେଖି ।।

ଡ. ସୁବ୍ରତ କୁମାର ମାହାନ୍ତ
ଆୟୁଷ ଚିକିତ୍ସା ଅଧିକାରୀ
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଛତାବର, ଦେଓଗଡ଼

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ସୁବ୍ରତ କୁମାର ମହନ୍ତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।