You are currently viewing ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ
ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୨ ନଭେମ୍ବର ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଗତ ନଭେମ୍ବର ୧ ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୫ ଗୋଟି ବଛା ବଛା ଓଡ଼ିଆ ଗପ, କବିତା, ରୋଷେଇ ଟିପ୍ସ, ସାକ୍ଷାତକାର ଆଦିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସଂସ୍କରଣଟିର ସମ୍ପାଦନା କରିଛନ୍ତି ଉଭୟ ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ସ୍ ଡିଜାଇନର୍ ସମ୍ବିତ ଦାସ ଏହି ପତ୍ରିକାଟିର ଅଳଂକରଣ କାର୍ଯ୍ୟ କରିଛନ୍ତି ।

ଏହି ସଂସ୍କରଣରେ ଓଡ଼ିଆ କଳାକର ସ୍ୱରାଜ ବାରିକଙ୍କର ଏକ ସାକ୍ଷାତକାର ପ୍ରକାଶ ପାଇଛି, ଯେଉଁଥିରେ ସ୍ୱରାଜ ସଂଗ୍ରାମଙ୍କର କେତୋଟି ପ୍ରଶ୍ନରେ ତାଙ୍କ ଅଭିନୟ ଜୀବନ ଆରମ୍ଭରୁ ନାୟକ ହେବା ପର୍ଯ୍ୟନ୍ତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରସିଦ୍ଧ ଓଡ଼ିଆ ଖଳନାୟକ ସମରେଶ ରାଉତରାୟ, ଅଭିନେତ୍ରୀ ପୁପୁଲ ଭୂୟାଁ, ଜାଙ୍କଲିନ୍ ପରିଡ଼ା ଆଦି କଳାକାରଙ୍କର ସାକ୍ଷାତକାର ପ୍ରକାଶ ପାଇଥିଲା ।

ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in ଏବଂ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍‌ସାଇଟ୍ ମ୍ୟାଗ୍‌ଷ୍ଟାର୍‌ରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସଂଗ୍ରାମ କେଶରୀ ସେନାପତିଙ୍କ ଦ୍ୱାରା ସ୍ଥାପିତ ଏହି ପତ୍ରିକାଟିର ୱେବ୍ ପୋର୍ଟାଲ୍ ଏବେ ଓଡ଼ିଆ ସମେତ ହିନ୍ଦୀ, ଇଂରାଜୀ, ତେଲୁଗୁ, ବଙ୍ଗଳା, ପଞ୍ଜାବୀ, ସଂସ୍କୃତ ଆଦିରେ ଉପଲବ୍ଧ ଏବଂ ଏତଦ୍ ବ୍ୟତୀତ ଛୋଟ ପିଲାଙ୍କ ପାଇଁ ଉଦିଷ୍ଟ ଗପ, କବିତା, ଗୀତ, ନୀତିବାଣୀ ଆଦିକୁ ନେଇ ଶୁଭପଲ୍ଲବ-ଶିଶୁରାଇଜ ନାମକ ୱେବ୍ ପୋର୍ଟାଲ୍ ମଧ୍ୟ କରାଯାଇଛି ।

ଗତ ଦୁର୍ଗାପୂଜା ଅବସରରେ ଶୁଭପଲ୍ଲବ ପ୍ରକାଶନୀ ଏହି ନୂଆ ପତ୍ରିକା “ଶୁଭୋଦୟ” ମଧ୍ୟ ପ୍ରକାଶ ପାଇବା ଆରମ୍ଭ କରିଛି । ଏବଂ ବିଗତ ନୀଳଦ୍ରିବିଜେରୁ ଏହି ସଂସ୍ଥାର ଅନ୍‌ଲାଇନ୍ ଇ-କମର୍ସ ଷ୍ଟୋର, ଶୁଭପଲ୍ଲବ ଷ୍ଟୋର ମଧ୍ୟ କାର୍ଯ୍ୟ କରିଆସୁଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ ଦ୍ରବ୍ୟ ସମେତ କିଛି ଓଡ଼ିଆ ପୁସ୍ତକ ଉପଲବ୍ଧ ହେଉଛି ।

Published:

  • Yugabda (ଓଡିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ) – OriginaArchived
  • ଓଡ଼ିଶା ଭାସ୍କର (ଓଡ଼ିଆ ଇ-ପତ୍ରିକା ‘ଶୁଭପଲ୍ଲବ’ର ସଂସ୍କରଣ ଉନ୍ମୋଚିତ; ୪ ନଭେମ୍ବର ୨୦୨୦, ପୃଷ୍ଠା – ୪) – OriginalArchived
Odisha Bhaskar News Clip - 4 Novemer 2020
ଓଡ଼ିଆ ଇ-ପତ୍ରିକା ‘ଶୁଭପଲ୍ଲବ’ର ସଂସ୍କରଣ ଉନ୍ମୋଚିତ
  • ସର୍ବସାଧାରଣ (‘ଶୁଭପଲ୍ଲବ’ ଉନ୍ମୋଚିତ; ବାଲେଶ୍ୱର ସଂସ୍କରଣ, ୫ ନଭେମ୍ବର ୨୦୨୦, ପୃଷ୍ଠା – ୧୦) – Original – Archived
Sarbasadharana News Clip - 5 November 2020
‘ଶୁଭପଲ୍ଲବ’ ଉନ୍ମୋଚିତ

English Newsletter:

20th Edition of Shubhapallaba released featuring Odia actor Swaraj Barik

Bhadrak (2 November 2020): The 20th edition of Odia e-Magazine Shubhapallaba published in the evening of 1 November 2020. The magazine is available on their website shubhapallaba.in and also available on Magzter to read for free.

A total of 25 articles including some selected Odia stories, poems, cooking tips by various authors of Odisha published in this edition. Editor Tapas Ranjan has edited the articles and Sangram Keshari Senapati has done the internal design. Hyderabad based Odia graphic designer Sambeet Das has painted the cover photo of this edition.

An interview of Odia film actor Swaraj Barik has published in this edition where he answered some questions of Sangram from his starting journey as a child actor to the lead role in the Odia film industry and his upcoming projects. You could read the magazine directly through the link http://bit.ly/Shubha20 also.

Published:

  • Odisha Diary (20th Edition of Shubhapallaba released featuring Odia actor Swaraj Barik) – OriginalArchived

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।