You are currently viewing ପଞ୍ଚକ ପୂର୍ଣ୍ଣିମା ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୪୪ତମ ସଂସ୍କରଣ ଉନ୍ମୋଚିତ
News published on SuryaPrabha News about the 44th edition of the Shubhapallaba Odia Magazine

ପଞ୍ଚକ ପୂର୍ଣ୍ଣିମା ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୪୪ତମ ସଂସ୍କରଣ ଉନ୍ମୋଚିତ

ବନ୍ତ/ଭଦ୍ରକ (୮ ନଭେମ୍ବର ୨୦୨୨): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୪୪ତମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚକ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା ଓ ଅଂଳକରଣ କାର୍ଯ୍ୟ ତୁଲାଇଛନ୍ତି ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ।

ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍ ସମେତ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍‌ସାଇଟ୍ ଗୁଗୁଲ୍ ବୁକ୍ସ୍, ଇସୁ ଓ ମ୍ୟାଗ୍‌ଷ୍ଟାର୍‌ରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସ୍ଥାପିତ ଏହି ଇ-ପତ୍ରିକାଟି ୨୦୧୯ ମସିହାରୁ ମାସିକ ପତ୍ରିକା ଭାବରେ ପ୍ରତ୍ୟେକ ମାସର ୧ ତାରିଖରେ ପ୍ରକାଶ ପାଉଛି ।

  • ସୂର୍ଯ୍ୟପ୍ରଭା (୯ ନଭେମ୍ବର): ଶୁଭପଲ୍ଲବ ଇ-ପତ୍ରିକାର ୪୪ତମ ସଂସ୍କରଣ ଉନ୍ମୋଚିତ – OriginalArchieved
  • ସକାଳ ଖବର (୮ ନଭେମ୍ବର): ପଞ୍ଚକ ପୂର୍ଣ୍ଣିମା ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୪୪ତମ ସଂସ୍କରଣ ଉନ୍ମୋଚିତ – OriginalArchieved
News published on SuryaPrabha News about the 44th edition of the Shubhapallaba Odia Magazine
News published on Suryaprabha News about the 44th edition of the Shubhapallaba Odia Magazine

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।