You are currently viewing ଅଷ୍ଟମୀ ଆଣିଛି ଏଣ୍ଡୁରି ଭାର
Odia poem Astami Anichhi Enduri Bhara (ଅଷ୍ଟମୀ ଆଣିଛି ଏଣ୍ଡୁରି ଭାର) by Mamta Sahu

ଅଷ୍ଟମୀ ଆଣିଛି ଏଣ୍ଡୁରି ଭାର

ଜ୍ୟେଷ୍ଠ ସନ୍ତାନର ମଙ୍ଗଳ ପାଇଁ
ଅଷ୍ଟମୀ ଆସିଛି ଆନନ୍ଦ ନେଇ ॥

ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି
ଷଠି ଦେବୀ ପୂଜା ଦୃଦେ ଭକତି ॥

କରେ ପରିଧାନ ନୂଆଁ ବସନ
ହରଷ ଚିତ୍ତରେ ଜ୍ୟେଷ୍ଠ ସନ୍ତାନ ॥

ବସି ସୁଆସନେ ଆନନ୍ଦ ମନେ
ବନ୍ଦାପନା ବିଧି ହୁଏ ବିଧାନେ ॥

ମାମୁଁ ଘରୁ ଆସେ ଏଣ୍ଡୁରି ଭାର
ପରମ୍ପରା ଆମ ଭାରି ସୁନ୍ଦର ॥

ଜ୍ୟେଷ୍ଠ ସନ୍ତାନର ଉଚ୍ଛିନ୍ନ ମନ
ସଜେଇ ହୁଏ ସେ ଟିପି ଚନ୍ଦନ ॥

ଫୁଲ ଚନ୍ଦନ ଓ ଦୂବ ଅକ୍ଷତ
ପୋଢୁଆଁ ଅଷ୍ଟମୀ ସଂସାରେ ଖ୍ୟାତ ॥

ହଲଦୀ ପତରେ ପିଠା ପ୍ରସ୍ତୁତ
ମହ ମହ ବାସେ ପ୍ରୀତି ଅମୃତ ॥

ଜ୍ୟେଷ୍ଠ ସନ୍ତାନକୁ ଭାବି ରକ୍ଷକ
ଢାଳି ଆଶୀର୍ବାଦ ସମୃଦ୍ଧି ସୁଖ ॥

କାଲି ହେବ ବଂଶ ଭାଗ୍ୟ ଭବିଷ୍ୟ
ପ୍ରାଚୀନ ଏ ପରମ୍ପରା ଅଶେଷ ॥

ଶୁଭ ମନାସିଣ ପୂଜେ ସଧିରେ
ମାଆ ସୋଭାଗିନୀ ମନ ଚଞ୍ଚଳେ ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।