ଅଢ଼େଇ ଅକ୍ଷର
ଅଢ଼େଇ ଅକ୍ଷର

ଅଢ଼େଇ ଅକ୍ଷର

ଶୋଇଗଲୁ ଆଜି ଚିର ନିଦ୍ରାରେ ତୁ..
ଶାନ୍ତି ଜୁଇ ନିଆଁରେ..
ମାଟି ପିଣ୍ଡଟା ତୋ ନିମିସେ ମାତ୍ରକେ..
ପରିଣତ ପାଉଁଶରେ..

ଘର ଠୁ ଦୁଆର ଦାଣ୍ଡ ବାରି ଯାଏ..
ବୋଉ ଡାକ କି ମଧୁର..
ଲକ୍ଷେ ଆଲୋକର ରୋଷଣୀ ଥିଲେବି..
ତୋ ବିନା ଘର ଅନ୍ଧାର…

ଦୁନିଆ ଦାଣ୍ଡରେ ବାଟ ଚାଲିବାକୁ
ଶିଖେଇ ଥିଲୁ ତୁ ଦିନେ..
ଅଢେଇ ଅକ୍ଷର “ବୋଉ” ଶବଦ ଟା
ହୀରା, ନୀଳା ନୁହେଁ ମାନେ..

ଅନନ୍ତ ଗଗନେ ତାରକା ସାଜିଲୁ..
ଅଫେରା ପଥ ଧରିଲୁ…
କଣ୍ଟକ ଉପରେ ମୋ ପାଦ ପଡ଼ିଲେ
କଷ୍ଟ ତୁ ଭୋଗୁଥିଲୁ…

ରୋଗ ବଇ ରାଗେ ମୋ ସେଜ ପାଖରେ..
ରାତି ତୋର ବିତୁଥିଲା…
ବେଦନା ଭରା ତୋ ସଜଳ ନୟନେ..
ଦେବା ଦେବୀ ନାମ ଥିଲା..

ତୋ ହାତର ସେହି କୋମଳ ପରସେ..
ଦୁଃଖ ବାଟ କାଟୁଥିଲା..
ମୋ ମଥା ଉପରୁ ସେ ଅଭୟ ହାତ.
ସବୁ ଦିନ ଉଠିଗଲା…

ଦଶ ଦିନ ଅନ୍ତେ ଜ୍ଞାନ୍ତି ପରିଜନେ..
ଭୁଲିଯିବେ ତୋ ନାଁ..
ମୋ ମନ ମନ୍ଦିରେ ତୋ ରିକ୍ତ ଜାଗାଟି..
ଖାଲି ରହିଯିବ ମାଁ….

ଜୀବନ ସାଗର ପାରି ହେବା ପାଇଁ
ମାଗୁଛି ଆଶିଷ ତୋତେ ..
ତୋ ଆତ୍ମାର ସତଗତି ନିମିତ୍ତ..
ନୁଆଁଉଛି ମୋର ମାତେ..

ଶୀର୍ଷକ: “ଅଢ଼େଇ ଅକ୍ଷର
କବିୟତ୍ରି: ନର୍ମଦା ଦାସ
ନିବାସ: ରାଉରକେଲା (ଓଡ଼ିଶା)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu