ପ୍ରେମର ଦୂରତା

Odia Premara Durata by Swagat Misrha

ରାତିକ ଭିତରେ ବଦଳି ଯାଉଛି
ସ୍ମୃତି ଚିହ୍ନ ସଂପର୍କର,
ରାତି ପାହିଲେ ଲେଖା ହୋଇଯାଏ
ନାମ ଏକ ନୂଆ ବରଷର ।

ଗୋଟେ କ୍ୟାଲେଣ୍ଡର ହୁଏ ଅଲୋଡ଼ା
ଡିସେମ୍ବର ଶେଷ ରାତିରେ,
ଯୋଡ଼ି ହୋଇଯାଏ ଭିନ୍ନ ଏକ ବର୍ଷ
ଜାନୁଆରୀ ପ୍ରଥମ ପୃଷ୍ଠାରେ ।

ଡିସେମ୍ୱରକୁ ଜାନୁଆରୀ ସିନା
ମିଳିଯାଏ ହାତ ପାହାନ୍ତାରେ,
ହେଲେ ତତେ ମୁଁ ପାଇବା ପାଇଁ
ଗୋଟିଏ ବରଷ ଅପେକ୍ଷା କରେ ।

ତୁ ଡିସେମ୍ବରର ଶେଷରାତି
ମୁଁ ପହିଲି ସକାଳ ଜାନୁଆରୀର,
ଏତେ ପାଖାପାଖୂ ଆମେ ଦୁହେଁ
ଦୂରତା ଗୋଟିଏ ବର୍ଷର ।

ଦୂରତା ଭିତରେ ନିବିଡ଼ ସଂପର୍କ
ମିଳନ ତ କିଛି କ୍ଷଣର,
ମିଳନ ବିଦାୟ ଲାଗି ରହିଥାଏ
ନିୟମ ପରା ଏ ସଂସାରର ।

– ସ୍ୱାଗତ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...