You are currently viewing ଅନୁଭୂତି
ଅନୁଭୂତି

ଅନୁଭୂତି

ସଠିକ୍ ସମୟ କେବେ ହେଲେ କହିଁକି ଆସେନି,
ଭଲ ସମ୍ପର୍କଟେ କେବେ ଚିନ୍ତାକରି ଗଢ଼ି ହୁଏନି ॥
ସମୟ ତ’ ଏକ ଚମତ୍କାର ପ୍ରକୃତିର
ଆଉ ସମ୍ପର୍କ ତ’ ମଣିଷର ହିଁ ଆବଶ୍ୟକତା ॥
ଯଦି ଆମେ ପ୍ରକୃତିକୁ ହିଁ ବୁଝି ପାରିନେ,
ତା’ହେଲେ ଆବଶ୍ୟକତାକୁ ଭଲା କେମିତି ବା ପରଖିଥାନ୍ତେ ॥
ହୃଦୟର କୋମଳତାକୁ ମୁଁ କେମିତି କହିବି,
ମସ୍ତିକ ମୋତେ ସେ କୋମଳତାଠୁ କେତେ ଦୂରେଇ ଦେଇଛି ॥
କାହିଁ ଜାଣିନି ମୁଁ କେବେ ଦୁଃଖକୁ ଆପଣାଇ ନେଇ,
ସୁଖର ଅନୁଭୂତିକୁ ହିଁ ଭୁଲି ଯାଇଛି ॥
କିନ୍ତୁ ପ୍ରକୃତି ପାଇଁ ସତରେ ଦୁଃଖ ଆଉ ସୁଖ, କ’ଣ ଭିନ୍ନ ଭିନ୍ନ?
ନା ୟେ ମଣିଷର ନିଜସ୍ୱ ପରିଭାଷାର ଏକ ଅନୁଭୂତି …… !!!

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...