You are currently viewing ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ଚାଷୀ ଆଜି କରେ ପୂଜା ର ଆଳତୀ
କ୍ଷେତ ଉପରକୁ ଯାଇ।।
ରଥ ଗଢ଼ା କାର୍ଯ୍ୟ ଆରମ୍ଭ ହେବ ହେ
ଧାଇଁ ଆସ ପଣ୍ଡା ଭାଇ..
ଛାଡ଼ ହେ ଫନୀକୁ
ଡାକ ହେ ଜଗନ୍ନାଥଙ୍କୁ
ଭଲରେ ଭଲରେ ରଥ କାମ ହେଉ
ନ ଆସୁ ବାତ୍ୟା ନ ରହୁ ତାଣ୍ଡବ
ଶ୍ରୀହୀନ ଶ୍ରୀକ୍ଷେତ୍ର ପୁଣି
ଭରି ଉଠୁ ସବୁଜିମାରେ
ପୁଣି ଥରେ ଖେଳୁ ସାଗର ହସି ହସି
ନ ଶୁଭୁ କରାଳ ଗର୍ଜନ
ସବୁ ଭକ୍ତଙ୍କ ଭିଡ଼ ଲାଗିଉଠୁ
ପୁଣି ଥରେ ପୁରି ହୋଇଉଠୁ ଚଳ ଚଞ୍ଚଳ
ଆଉ ଥରେ ପ୍ରଭୁ ନ ରଚୁ ପ୍ରଳୟଙ୍କାରୀ ବାତ୍ୟା..
ନ ଉଡ଼ୁ କେବେ ଶ୍ରୀକ୍ଷେତ୍ରର ପତିତପାବନ ବାନା
ନ ପଡ଼ୁ କେବେ ମନ୍ଦିର ଶୋଭିତ ଘଣ୍ଟି..
ତମ ଦୟା ଥିଲେ ପ୍ରଭୁ
ସବୁ ବିପତ୍ତି ହୋଇବ ଦୂର..
ରଥର ଆଗମନେ ଖୁସିର ବାର୍ତ୍ତା ନେଇ
ଅକ୍ଷୟ ତୃତୀୟା ଆଗମନରେ
ନ ଆସୁ ପ୍ରଭୁ ଝାଞ୍ଜୀ
ଓଡ଼ିଆର ପରିଚୟ ଓଡ଼ିଶାର ଗୌରବ
ରଥଯାତ୍ରା ପାଇଁ ପ୍ରାର୍ଥନା କରୁଛୁ..
ଫନୀ ଭଳି ଆଉ ମହାବାତ୍ୟା ନ ରଚୁ ତାଣ୍ଡବ ।।
ଆମ୍ବ ଆଉ ଧାନ ପୋତା ହୋଇ
ହସି ଉଠୁ କୃଷକର କ୍ଷେତ..

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ମୃଣ୍ମୟୀ ଚାନ୍ଦ ପେଶାରେ ଜଣେ ଡାକ୍ତର, କିନ୍ତୁ ଛୋଟବେଳୁ ନିଶା ତାଙ୍କର କବିତା ଲେଖିବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।