You are currently viewing ଚରଣେ ଆଶ୍ରିତ
Odia Bhajan Charane Ashrita (ଚରଣେ ଆଶ୍ରିତ) by Ashutosh Meher

ଚରଣେ ଆଶ୍ରିତ

ଚରଣେ ଆଶ୍ରିତ ଆହେ ମହାବାହୁ
ବାହୁ ତଳେ ତୁମ ରଖ
ସେଇ ବଟବୃକ୍ଷ ଛାଇ ମହାସୁଖ
ହରି ନିଏ ସବୁ ଦୁଃଖ ॥୦॥

ଅରୁଣ ସ୍ତମ୍ଭରେ ହାତ ଯୋଡ଼ି ଠିଆ
ତୁମ ଦରଶନ ମନା
ଦୂରୁଁ ନୀଳଚକ୍ର ଏକ ମାତ୍ର ଆଶା
ପତିତପାବନ ବାନା
କହ କଳାମୁଖ କେତେ ଦିନ ଆଉ
ସମ୍ଭାଳି ରହିବୁ କୋହ… ॥୧॥

ଅବଢ଼ା ହୋଇଲା ମନା ଆମ ପାଇଁ
କେଉଁ ଜନମର ପାପ
କେତେ ଦିନ ଆଉ ଲୁହ ଢାଳୁଥିବୁ
ସହି ଭାଗ୍ୟ କୋପ ଧାପ
ଦୟା କର ପ୍ରଭୁ ତୁମ ଆନ କିଏ
ହରିବ ଆମ ଏ ଶାପ… ॥୦୨॥

– ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।