You are currently viewing ଶାଢ଼ୀ
Odia Poem Shadhi (ଶାଢ଼ୀ) by Rabindra Panda

ଶାଢ଼ୀ

ଅସରନ୍ତି ସ୍ନେହ
ଅକୁହା ଆବେଗ
ସମୁଦ୍ରେ ଲୁହରେ ଜୁଡ଼ୁବୁଡ଼ୁ
ସ୍ମୃତିର ଏକ କ୍ୟାନଭାସ
ଶାଢ଼ୀ
ମେଞ୍ଚା ମେଞ୍ଚା ସ୍ୱପ୍ନକୁ
ଜାବୁଡ଼ି ରଖିଥିବା
କେଇ ଖିଅ ସୂତାର
କୁହୁକ ଦୁନିଆ
ଶାଢ଼ୀ
ଜୀବନର ନିଦାଘ ତାତି
ସଂଘର୍ଷର ରୀତିମତ ଚାବୁକ
ସହିବାର ଏକମାତ୍ର ଜାଗା
ଶାଢ଼ୀ
ସେ ମୋ ମାଆର
ଚିରାଫଟା ସୂତାଶାଢ଼ୀ !

– ରବିନ୍ଦ୍ର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରବିନ୍ଦ୍ର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।