You are currently viewing ଯେ ଯାହା କହଂତୁ
Odia Poem Je Jaha Kahantu (ଯେ ଯାହା କହଂତୁ) b Prafulla Kumar Tripathy

ଯେ ଯାହା କହଂତୁ

ଯେ ଯାହା କହଂତୁ ପାରିଲେ ସହି
ସଂସାରରେ ସୁଖେ ପାରିବା ରହି
ବୃଥା ବିବାଦରେ ସାରିଲେ ବେଳ
କରିଲେ କାମ ବି ମିଳେନି ଫଳ

ସମୟ କରେନି କେବେ ପ୍ରତୀକ୍ଷା
ଯେତେ ମିଳେ ତାହା କରିଲେ ରକ୍ଷା
ମଣିଷଟେ କରି ବିବିଧ କାମ
ସୁଖ ଓ ଶାଂତିରେ ପାଏ ବିଶ୍ରାମ

କାମର ବଇରି ତୁଂଡର କଥା
ଏତିକି ବୁଝିଲେ ଘୂରେନି ମଥା
ବ୍ୟକ୍ତିକୁ ମିଳଇ ବୌଦ୍ଧିକ ଶକ୍ତି
ବଢ଼ିଚାଲେ ଆପେ କର୍ମ ଆସକ୍ତି

କଥା ତ ଅଳ୍ପାୟୁ, ହୁଅଇ ଶେଷ
କଥା ଶୁଣି ହେବାନାହିଁ ଉଦାସ
ଯେ ଯାହା ଯେମିତି କହଂତୁ କଥା
ତାହା ଶୁଣି ଆଉ ନ ଘୂରୁ ମଥା

– ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।