You are currently viewing ମୋ ମା’
Odia Poem Mo Maa (ମୋ ମା') for Mother's Day by Snigdhalaxmi Priyadarsini Mohapatra

ମୋ ମା’

ନା ମୋତେ ଜହ୍ନ ଦରକାର
ନା ମୋତେ ତାରା ଦରକାର
ନା ମୋତେ ସୁନା, ରୂପା, ହୀରା
ମୋତି ମାଣିକ ଦରକାର
କେବଳ ମୋତେ ମୋ ମା’ ଦରକାର ।

ଅତୁଟ ବନ୍ଧନର ଜ୍ୱଳନ୍ତ ଉଦାହରଣ ସେ
ଏକ ସୁନ୍ଦର ଶବ୍ଦର ଚରିତାର୍ଥ ସେ
ମମତାର ଧାର
ସ୍ନେହର ଭଣ୍ଡାର ।
ମା…
ଆଜି ମା’ ବିଷୟରେ କ’ଣ ଲେଖିବି
ମା’ ତ ନିଜେ ମୋତେ ଲେଖିବା ଶିଖେଇଛି…

– ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।