You are currently viewing ଅଭିଶପ୍ତ ଜୀବନ
Odia Poem Abhishapta Jibana (ଅଭିଶପ୍ତ ଜୀବନ) by Santanu Kumar Rout

ଅଭିଶପ୍ତ ଜୀବନ

କିପରି କହିବି ହୃଦର ବେଦନା
ମୁଁ ଅଟେ ଏବେ ଜ୍ଞାନଶୂନ୍ୟ
ଜ୍ଞାନୀ ମଣିଷର କାର୍ଯ୍ୟ ସବୁ ଏବେ
ହେଇ ଯାଉଛି ଅଜ୍ଞାନ…!!

କହୁଛନ୍ତି ସବୁ ସୁନ୍ଦର ଏ ସୃଷ୍ଟି
ସୁନ୍ଦର ଏଇ ଜଗତ
ସୁନ୍ଦର ଜଗତେ ପେଟ ଚାଖଣ୍ଡେକୁ
ମିଳୁନି ଗଣ୍ଡିଏ ଭାତ…!!

ଭାଗ୍ୟ ଏବଂ ଭବିଷ୍ୟତ ମୋ ସାଥିରେ
ଖେଳୁଛନ୍ତି ଛକି-ଶୂନ,
ବର୍ତ୍ତମାନ ଏବେ ଅଛି ମୋ ସାଥିରେ
ଭବିଷ୍ୟତ ବହୁଦିନ…!!

ଭାଳୁଛି ମୁଁ ବସି ରେଳ ଧାରଣାରେ
ହୋଇବି ମୁଁ କାହା ପରି
ଏତେ ବଡ଼ ଏଇ ଜୀବନ ଯୁଦ୍ଧରେ
ଜୀତିବି ନା ଯିବି ହାରି…!!

ଶୁଣିଥିଲି ଦିନେ ବାପ ଥିଲା ପୁଅ
କୋଉଠି ହାରନ୍ତି ନାହିଁ
ମୋ ଭାଗ୍ୟେ ସେ ସୁଖ କେବେ ଆସିଥିଲା
ଜାଣି ମୁଁ ପାରିଲି ନାହିଁ…!!

ମାନବ ଜୀବନ ଦୁର୍ଲ୍ଲଭ ଜୀବନ
କେହି ହେବେନି ତା’ ସରି
ହେଲେ ମୋ ଜନମ ଲାଗେ ମୋତେ ଆଜି
ଅଭିଶପ୍ତ ଜୀବନ ପରି…!!

– ଶାନ୍ତନୁ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶାନ୍ତନୁ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।