ଭାବିନଥିଲି କେବେ
ଅଚିହ୍ନା ପ୍ରାୟ ମୁଁ ହେବି ତୁମ ପାଇଁ
ସେ ଦିନ ଜହ୍ନ ବୁଡ଼ିଗଲା ପରେ ।
ପ୍ରେମର ସଳିତା ଜାଳି ମୋ ହୃଦୟେ
ସାଥେ ଥିବ ବୋଲି ଦେଖାଇ ଆଲୋକ
ଛାଡ଼ି ଦେଲ ଏକା ଅନ୍ଧାର ଭିତରେ ।
ପରିସ୍ଥିତି ସାଥିରେ ବଞ୍ଚିବାକୁ କହି
ଅଧରେ ମିଛ ହସିବା ଶିଖାଇ
ଭୁଲିଗଲ କି ମତେ କିଛିଦିନରେ?
ଖୋଜୁଛି ତୁମକୁ ତଥାପି ପାରୁନି କହି
ଏତିକି ମାଗୁଣି, ମନେନକର ପଛକେ
ଭୁଲିଯିବନି କେବେ ଏ ଜୀବନ ଭିତରେ ।
– ତାନିଆ ପଟେଲ