You are currently viewing ନିଜକୁ ଖୋଜୁ ଖୋଜୁ
ନିଜକୁ ଖୋଜୁ ଖୋଜୁ

ନିଜକୁ ଖୋଜୁ ଖୋଜୁ

ଅନେକ ଥର କଲମ ଧରେ
ମନ ଭିତରେ ଥିବା କଥା ସବୁ
ଲେଖିବା ପାଇଁ ।

ହେଲେ ନିଜ ମନ ଭିତରେ
ନିଜକୁ ଖୋଜୁ ଖୋଜୁ
କେଜାଣେ କେଉଁଠି ହଜିଯାଏ ମୁଁ ।

କହି ପାରେନି କଲମକୁ
କି ସେ ଦେଇଦେବ ଅକ୍ଷରର ରୂପ
ମୋ ମନରେ ଥିବା ଭାବକୁ
ଭୟ ଲାଗେ କାଳେ କିଏ ପଢ଼ିଦେବ
ଜାଣିଦେବ ମୋ ଦୁର୍ବଳତା, ପଢ଼ିଦେବ ସେ ସବୁକଥା
ଯେଉଁଟା ମୁଁ କହିନି କାହାକୁ ।

ଅନେକଥର ପାଦ ଛନ୍ଦି ହୋଇଯାଏ
ପରିସ୍ଥିତି ଆଗରେ,
ଅନେକଥର କର୍ତ୍ତବ୍ୟର ନିଆଁରେ
ସ୍ୱପ୍ନ ସବୁ ପାଲଟିଯାଏ ଅଙ୍ଗାର ।

ଅନେକଥର ଲାଗେ ହସିବା କଷ୍ଟ
ଆଉ କାନ୍ଦିବାଟା ଖୁବ୍ ସହଜ
ନିଜ ଭାବନା ସହ ମୋର ହୋଉଥାଏ ଯୁଦ୍ଧ ।

ଆଉ ଛିଡ଼ା ଥାଏ ମୁଁ ଏକା
ନଧରି କିଛି ଅସ୍ତ୍ର ।

ଅନେକଥର ବୁଝାଏ ନିଜକୁ,
ଭାଙ୍ଗି ପଡ଼ିଥାଏ ଯେତେବେଳେ
ବାକି ସବୁ ସଜାଡ଼ୁ ସଜାଡ଼ୁ
ସେତେବେଳେ ଧରେ ଏ କଲମ
ସବୁ ଲେଖିଦେବା ପାଇଁ ।

କେଜାଣେ କେଉଁଠି ହଜିଯାଏ ପୁଣି
ଭାବକୁ ଭାଷା ଦେଉ ଦେଉ,
ନିଜ ମନ ଭିତରେ, ନିଜକୁ ଖୋଜୁ ଖୋଜୁ ।

– ତାନିଆ ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାନିଆ ପଟେଲ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିଥାନ୍ତି । ଏତଦ୍ ବ୍ୟତୀତ ସେ ତାଙ୍କ ନିଜ ରଚନାର ଉପସ୍ଥାପନା କରି ମଧ୍ୟ ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ୍ କରିଥାନ୍ତି ।