You are currently viewing ଶହୀଦ ଯବାନ
ଶହୀଦ ଯବାନ

ଶହୀଦ ଯବାନ

ମାଟିରୁ ଗଢ଼ା ଏ ଦେହ
ମାଟିରେ ମିଶୁ ଯାଇଛି,
ଥକି ଯାଇଥିବା ମୋର ଏ ଶରୀର
ତା’ ମାଆ କୋଳେ ଶୋଇଛି,
ମରିନି, ଏବେବି ମୁଁ ବଞ୍ଚିଛି ।

ଆରପାରିରେ ରହି
ମୁଁ ଦେଖିଥିବା ସେଇ
ସ୍ୱାଧିନତାର ସ୍ୱପ୍ନ
ପୂରଣ ପାଇଁ ଦିନ ଗଣୁଛି
ମରିନି, ଏବେବି ମୁଁ ବଞ୍ଚିଛି ।

ଛିଡ଼ା ହୋଇ ମୋ ଉପରେ
ଖେଳିବୁ ବୋଲି ତୁ
ଗୁଳି ବନ୍ଧୁକ ସାଥିରେ
ମୋ ହାଡ଼କୁ ମାଟିରେ ମିଶେଇଛି
ମରିନି, ଏବେବି ମୁଁ ବଞ୍ଚିଛି ।

ଏକ ଅଖଣ୍ଡ ଭାରତ ଦେଖିବା ଆଶାରେ
ମାଟିର ଆର ପାରି ଦୁନିଆରେ
ମୋ ମାଆ କୋଳେ ଶୋଇ ସ୍ୱପ୍ନ ଦେଖୁଛି
ଗର୍ବରେ କହେ ଶହୀଦ ଯବାନ ମୁଁ
ମରିନି ଏବେବି ବଞ୍ଚିଛି,
ଏକ ଅଖଣ୍ଡ ଭାରତର ସ୍ୱପ୍ନ ଦେଖୁଛି ।

ତାନିଆ ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାନିଆ ପଟେଲ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିଥାନ୍ତି । ଏତଦ୍ ବ୍ୟତୀତ ସେ ତାଙ୍କ ନିଜ ରଚନାର ଉପସ୍ଥାପନା କରି ମଧ୍ୟ ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ୍ କରିଥାନ୍ତି ।