You are currently viewing ଟୋପାଏ ସିନ୍ଦୂର
Topae Sindura

ଟୋପାଏ ସିନ୍ଦୂର

କୁଆଁରୀ ଜୀବନେ ଆଣିଦିଏ ପରିବର୍ତ୍ତନ
ବିବାହ ବନ୍ଧନେ ସିନ୍ଦୂର ହୁଏ ତା’ ଜୀବନ ।
ଟୋପାଏ ସିନ୍ଦୂର ମୂଲ୍ୟ ନାରୀ ପାଇଁ ଅମୂଲ୍ୟ
ଜୀବନେ ଭରିଦେ ହସ ଖୁସି ବୈକୁଣ୍ଠ ତୁଲ୍ୟ ।
ଦୁଇ ହାତ ମନ ଦୁଇ ପ୍ରାଣ ଏକାଠି କରେ
ଅଚିହ୍ନା ଚିହ୍ନା କରି ଗଢ଼େ ସୁନ୍ଦର ସଂସାର ।
ସୌଭାଗ୍ୟବତୀ ଚିହ୍ନ ଅଟଇ ରକ୍ତିମ ଚୂର୍ଣ୍ଣ
ବନ୍ଧନେ ବାନ୍ଧି ରଖେ ଶାନ୍ତ କୋମଳ ତା’ ମନ ।
ସେତ ସୀମାନ୍ତରେ ଶୋଭାପାଏ ସୁହାଗିନୀର
ସ୍ଵର୍ଣ୍ଣିମ ଅଧ୍ୟାୟ ଚିରନ୍ତନ ପ୍ରେମ ସ୍ୱାକ୍ଷର ।

– ଆଶିଷ କୁମାର ସ୍ୱାଇଁ
ସିଆରା, ବ୍ରହ୍ମଗିରି, ପୁରୀ
ମୋ: 8114334496

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶିଷ କୁମାର ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।