You are currently viewing ଦେଉଛି ଏହି କଥା
Deuchhi Ehi Katha

ଦେଉଛି ଏହି କଥା

ଭଲ ପାଉଛି ତୁମକୁ ମୁହିଁ ଜୀବନଠାରୁ ବେଶୀ
ତୁମେ କହିଲେ ଜୀବନ ଦେବି ସଜନୀ ହସି ହସି
ତୁମକୁ ପାଇ ଧନ୍ୟ ମୁଁ ହେଲି ପ୍ରେମ ଗୀତିକା ଗାଇ
ମୁଁ ହେଲି ତୁମ ଶ୍ୟାମଘନ, ତମେ ହେଲ ମୋ ରାଇ
ଭ୍ରମର ଯେହ୍ନେ ଫୁଲ ପାଖରେ ହୁଅଇ ଗୁଣୁ
ମୁଁ ସେମିତି ଧାଇଁ ଯାଏ ଗୋ ତୁମ ଡାକ ଶୁଣୁ ଶୁଣୁ
ଜହ୍ନ ଯେମିତି କଇଁକୁ ଦେଖେ, ତୁମକୁ ଦେଖେ ମୁହିଁ
ଜଳ ବିହୁନେ ମାଛ ପରିକା ହୁଅଇ ତୁମ ପାଇଁ
ତୁମେ ଆରମ୍ଭ ତୁମେ ମୋ ଶେଷ ପ୍ରାଣ ସଙ୍ଗୀନି ମୋର
ଛାଡିଯିବନି କେବେ ଗୋ ମୋତେ ଝରିବ ଲୁହ ଧାର
ଭଲ ପାଉଛି ଭଲ ପାଇବି ଦେଉଛି ଏହି କଥା
ଲେଖିବି ପ୍ରେମ ଇତିହାସ ଆମ ପ୍ରଣୟ ଗାଥା ।

ବିରେନ୍ଦ୍ର ନାୟକ
ଅତା, ସୁକିନ୍ଦା, ଯାଜପୁର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିରେନ୍ଦ୍ର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ରଚନା କରନ୍ତି ।