You are currently viewing ସମୟ ବଡ଼ ବଳବାନ
ସମୟ ବଡ଼ ବଳବାନ

ସମୟ ବଡ଼ ବଳବାନ

ସମୟକୁ ଦିନେ
ମଣିଷଟେ ପଚାରିଲା
କହ କାହିଁକି ମୁଁ
ବେଳେ ବେଳେ
ହାରିଯାଏ ଜୀବନ ଖେଳରେ ?

ହସିକି ସମୟ କହିଲା
ମୋତେ ଦେଖ
ଦିନ ହେଉ କି ରାତି
ବର୍ଷା ହେଉ କି ଶୀତ
ଖରା ହେଉ କି ଛାଇ
ଭଲ ହେଉ କି ମନ୍ଦ
ମୁଁ ସବୁବେଳେ
ଆଗକୁ ଦଉଡ଼ୁ ଥାଏ
ତୁ ମୋ ସହିତ ଚାଲି ଦେଖ
ସଫଳତା ତୋ ପଛରେ ଧାଉଁଥିବ ।

ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।