You are currently viewing ଜୀବନର ମୋଡ଼ରେ
ଜୀବନର ମୋଡ଼ରେ

ଜୀବନର ମୋଡ଼ରେ

କ’ଣ ହେଇଯାଇଛି ଏ ହୃଦୟକୁ?
କାହିଁକି ଆଉ କାହାର ଦୁଃଖ ଶୁଣିଲେ
ସେତିକି କଷ୍ଟ ହେଉନି ନିଜକୁ
ହଁ ଅବଶୋଷ ତ ହେଉଛି ବହୁତ
ହେଲେ କାହା ଦୁଃଖରେ ସାମିଲ କାହିଁକି ହେଇପାରୁନି?
ଏ ପରିବର୍ତ୍ତନ କେମିତି?
କାହା ସହ ଦେଖା ହେଇଗଲେ ଅଜାଣତେ
ହସ ତ ଆସୁଛି ଓଠ ପାଖକୁ
ହେଲେ ହୃଦୟରୁ ଆସୁନି ବୋଲି
ବେଇମାନି ଭାବରେ ମନ ଭିତରଟା ରୁନ୍ଧିହେଇଯାଉଛି
ଏ କେଉଁ ପ୍ରକାରର ଦୌଡ଼ ଚାଲିଛି ଜୀବନରେ?
ସଭିଏଁ ଦୌଡ଼ୁଛନ୍ତି ଅଣନିଶ୍ୱାସୀ ହେଇ
ହଁ ମୁ ବି ଦୌଡ଼ୁଛି ଲହୁଲୁହକୁ ପାଣି କରି
ଖାଲି ଯାହା ଠିକଣା ଜାଣିନି ପହଞ୍ଚିବାର
କେବେ ଥରେ ପଚାରିଦେଖିବେ ନିଜକୁ
କିଛି ଉତ୍ତର ମିଳିଲେ ଜଣେଇବେ ନିଶ୍ଚିତ
ସେ ପିଲାଳିଆମୀ, ସେ ଭାବପ୍ରବଣତା
କେଉଁଠି ହଜେଇଦେଇକି ଆସିଲେ?
ଯେବେ କାହା ଦୁଃଖରେ ଆଖିରୁ ନୁହଁ
ହୃଦୟର ଲୁହ ଝରିଯାଉଥିଲା
ଅଚାନକ ଦେଖାହେଇଗଲେ
ସେ ମନ ଖୋଲା ହସ ହୃଦୟ ଭିତରୁ
ବାହାରିଆସୁଥିଲା
ଆଉ ଏ ଦୁନିଆର, ଏ ସମୟର
ସବୁ ଦୌଡ଼ରୁ ଅଜଣା ହେଇ
ଆମେ କେଉଁ ଏକ ଭିନ୍ନ ଦୁନିଆରେ ଥିଲେ,
ହେଲେ କ’ଣ ଖୁସିରେ ନ ଥିଲେ?

– ସୁଶ୍ରୀ ସଙ୍ଗୀତା ପ୍ରିୟଦର୍ଶିନୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଂଗୀତା ପ୍ରିୟଦର୍ଶିନୀ ଜଣେ ବାଇଓ-ଟେକ୍ନୋଲୋଜିର ଗବେଷିକା, ଯିଏକି ପିଲାଦିନରୁ କବିତା ଲେଖିବାକୁ ଭଲ ପାଆନ୍ତି । ତାଙ୍କ କବିତାରେ ସାମାଜିକ ବାର୍ତ୍ତାଠାରୁ ଆରମ୍ଭ କରି ପ୍ରେମ ଭିତ୍ତିକ କାଳ୍ପନିକ କଥାବସ୍ତୁ ପର୍ଯ୍ୟନ୍ତ ଅନେକ କିଛି କଥାବସ୍ତୁ ରହିଥାଏ ।