You are currently viewing ତମ ପାଇଁ କବିଟିଏ ମୁଁ
ତମ ପାଇଁ କବିଟିଏ ମୁଁ

ତମ ପାଇଁ କବିଟିଏ ମୁଁ

କବି ନୁହେଁ ମୁଁ
କିନ୍ତୁ ତମ ପାଇଁ କବି ସାଜି ଲେଖେ କବିତା
ଶବ୍ଦ ପରେ ଶବ୍ଦ ଯୋଡ଼ି
କାଗଜରେ ଧାଡ଼ି ଧାଡ଼ି
ଖଞ୍ଜିଦିଏ ଭାବନା ଓ କଳ୍ପନାର
ମଣି ମୁକୁତା ।

କବି ନୁହେଁ ମୁଁ
କିନ୍ତୁ ତମ ପାଇଁ କବି ସାଜି ଲେଖେ କବିତା
କିଛି ହସ ଲୁହ ଢାଳି
କିଛି ସ୍ମୃତି ସ୍ୱପ୍ନ ତୋଳି
ସାଜିଦିଏ ମିଳନ ଓ ବିରହର
ନାଲି ଅଳତା ।

– ଭକ୍ତ ଚରଣ ସୁନାନୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଭକ୍ତ ଚରଣ ସୁନାନୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ସ୍ଥାନ ପାଇବା ସହିତ ସେ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି ।