You are currently viewing ତୁ ଆଉ ମୁଁ
ତୁ ଆଉ ମୁଁ

ତୁ ଆଉ ମୁଁ

ତତେ ଦେଖିବାକୁ କିଛି ଆଧାର
କି ଲୋଡ଼ା,
ତତେ ପାଖରେ ପାଇବାକୁ
କିଛି ମାଧ୍ୟମର କି ଲୋଡ଼ା,
ତୋତେ ଅନୁଭବ କରିବାକୁ
ତୋ ଛୁଆଁର କି ଲୋଡ଼ା,
ତୁ ତ ଅଛୁ ମୋ ଭିତରେ…

ମୋ ସତ୍ତାର ପ୍ରତ୍ୟେକ ବିନ୍ଦୁରେ
କେବଳ ତୋର ହିଁ ତ ଅସ୍ତିତ୍ୱ,
ପ୍ରତିଟି ଆବେଗ ସହ ବନ୍ଧା
କେବଳ ତୁ ହିଁ ତ ତୁ,
ପ୍ରତିଟି ପ୍ରଶ୍ୱାସ ସହିତ
ତୁ ହିଁ ତ ନିଜକୁ ଜାହିର କରିଚାଲିଛୁ,
ମୋ ହୃଦୟରେ…

ତା’ହେଲେ,
ତୋ ଓ ମୋ ଭିତରେ ଯେ
ଯୋଜନ ଯୋଜନର ଦୂରତା,
ଏ ପ୍ରଶ୍ନ କାହିଁକି?
ଯେତେବେଳେ
ଏକଥା ନା ତୋ ମନ ମାନୁଛି
ନା ମୋ ମନ… !!!!!

– ଇତିଶ୍ରୀ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଇତିଶ୍ରୀ ନାୟକ ପେଶାରେ ଜଣେ ଦୂରଦର୍ଶନ ସମ୍ୱାଦ ଉପସ୍ଥାପିକା, ଯିଏକି ଏବେ ନ୍ୟୁଜ୍ 7ରେ କାର୍ଯ୍ୟରତ । ପୂର୍ବରୁ ସେ ଇ-ଟିଭି ଓଡ଼ିଆ ଓ MBC TV ଭଳି ଚେନାଲ୍‌ରେ କାର୍ଯ୍ୟ କରୁଥିଲେ । ସେ ତାଙ୍କର ଫାଙ୍କା ସମୟରେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।