You are currently viewing ତୁ ଆଉ ମୁଁ
ତୁ ଆଉ ମୁଁ

ତୁ ଆଉ ମୁଁ

ତୁ ବସା ଭାଙ୍ଗି ଉଡ଼ି ଯାଉଥିବା ଚଢ଼େଇ,
ମୁଁ ବସା ବାନ୍ଧିବାକୁ ଯାଉଥିବା ବଢ଼େଇ ।

ତୁ ବାଟ ଭାଙ୍ଗି ଚାଲି ଯାଉଥିବା ନଈ,
ମୁଁ ବାଟ ଚାହିଁ ରହୁଥିବା ବାଟୋଇ ।

ତୁ କିଛି ମାନୁନଥିବା ଅସାରାଏ ବର୍ଷା,
ମୁଁ କିଛି ଖୋଜୁଥିବା ତୃଷାର୍ତ୍ତର ତୃଷ୍ଣା ।

ତୁ ନିତି ଦେଖୁଥିବା ଅଜଣା ରାତିର ସ୍ୱପ୍ନ,
ମୁଁ ନିତି ଜିଉଁଥିବା ଝଡ଼ ବାତ୍ୟାର ବିପନ୍ନ ।

ତୁ କହି ପାରୁଥିବା ଅନେକ କାହାଣୀର କଥା,
ମୁଁ କହି ପାରୁନଥିବା ମୋ ଜୀବନର କିଛି ବ୍ୟଥା ।

– ତ୍ରିଲୋଚନ କାର୍ଜୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତ୍ରିଲୋଚନ କାର୍ଜୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।