You are currently viewing ହାଏରେ ବିଚିତ୍ର ସଂସାର
Haerae Bichitra Sansara (ହାଏରେ ବିଚିତ୍ର ସଂସାର) by Dhirendra Behera

ହାଏରେ ବିଚିତ୍ର ସଂସାର

କର୍ମ ତେଣିକି ଯାହା ହେଉନା କାହିଁକି; ଏକ ଲୋଭୀ ମନୁଷ୍ୟ କୌଣସି ନା କୌଣସି ଏକ ଉପାୟ କରି ଅର୍ଥ ସଞ୍ଚୟ କରିବାକୁ ସତତ ଚେଷ୍ଟିତ ଥାଏ । କିନ୍ତୁ କପଟାଚରଣ ଦ୍ୱାରା ଅଳ୍ପ ଅଳ୍ପ କରି ଅନ୍ୟର ଧନକୁ ଲୁଟି, ନିଜ ବ୍ୟାଙ୍କରେ ହଜାର ହଜାର ଟଙ୍କା ସଞ୍ଚୟ କରିବା ଦ୍ୱାରା ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହେଇଥାଏ । ତଥାପି ଲୋଭୀ ମନୁଷ୍ୟଟେ ଏ କଥାଟିକୁ ଜାଣି ମଧ୍ୟ ଏପରି ଦୁର୍ନୀତି କରିବାକୁ ପଛାଏ ନାହିଁ । ଆଜିକାଲି ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିବା କେତେକ ଡାକ୍ତର/ଅଧ୍ୟାପକମାନେ ପ୍ରାଇଭେଟ ନର୍ସିଂ ହୋମ ଓ କ୍ଲିନିକ୍ କରି ବସିଲେଣି ହେଲେ ସେବା ବଦଳରେ ଟଙ୍କା ଛାଣିଲେଣି । କେତେକ ବ୍ୟବସାୟୀ ଓ ଶିଳ୍ପପତିମାନେ ଉଚିତ ଭାବରେ ଦ୍ରବ୍ୟ ବିନିମୟ ନକରି କିମ୍ବା ନକଲି ଦ୍ରବ୍ୟ ଦେଇ ଅସଲି ଟଙ୍କା ନେବାକୁ ଚାହିଁଲେଣି ।ଏହିପରି ଭାବରେ ଶିକ୍ଷା, ରାଜନୀତି ଆଦି ସବୁରି କ୍ଷେତ୍ରରେ ଦଲାଲୀ ଭାବ ବେଶ୍ ସକ୍ରିୟ ଓ କାର୍ଯ୍ୟକ୍ଷମ ହୋଇ ସାରିଲାଣି । ତଥାପି ବୁଦ୍ଧି ପ୍ରଧାନ ପ୍ରାଣୀ ମନୁଷ୍ୟ, ନିଜକୁ ସତ୍‌ମାର୍ଗରେ ପରିଚାଳିତ କରି ନପାରି ଦୁଖକଷ୍ଟ ପାଇ, ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଉଛି । ହାଏରେ ବିଚିତ୍ର ସଂସାର…

– ଧୀରେନ୍ଦ୍ର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଧୀରେନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।